ବନ ବିଭାଗର ଆଶୀର୍ବାଦ, ଗଛ କାଟି ସୁନା ପିଲା:ଘୁଙ୍ଗି ଗାଁର ଯୁବକ ଧାଉଁଛନ୍ତି ଏ ଅଫିସ୍‌ରୁ ସେ ଅଫିସ୍‌

Advertisment

ଜଙ୍ଗଲ ସୁରକ୍ଷା ପାଇଁ୭ ଦିନର ସଂଘର୍ଷ

ଜଙ୍ଗଲ ସୁରକ୍ଷା ପାଇଁ୭ ଦିନର ସଂଘର୍ଷ

ବନ ବିଭାଗର ଆଶୀର୍ବାଦ, ଗଛ କାଟି ସୁନା ପିଲା:ଘୁଙ୍ଗି ଗାଁର ଯୁବକ ଧାଉଁଛନ୍ତି ଏ ଅଫିସ୍‌ରୁ ସେ ଅଫିସ୍‌

ବଲାଙ୍ଗୀର (ପାର୍ଥ ମହାପାତ୍ର): ଜିଲ୍ଲାରେ ଅନେକ ପ୍ରସଙ୍ଗ। ଦାଦନ, ମେଡିକାଲ କଲେଜ, ଲୋୟର ସୁକତେଲ କି ରେଳ ଓ୍ଵାଗନ କାରଖାନା। ଏଥି ପାଇଁ ଆଲୋଚନାର ଅନେକ ଖୋରକ। କିନ୍ତୁ ଜଙ୍ଗଲ ସୁରକ୍ଷା? ଗତ ବର୍ଷ ରାସ୍ତା ପ୍ରଶସ୍ତିକରଣ ନାଁରେ କାଟି ଦିଆଗଲା ଶହ ଶହ ବର୍ଷ ପୁରୁଣା ଗଛଗୁଡ଼ିକୁ। ସେତେବେଳେ ଅନେକ ପ୍ରତିବାଦ, ବିରୋଧ ହୋଇଥିଲା। ଉତ୍ତପ୍ତ ସହର ବଲାଙ୍ଗୀରର ଅନ୍ୟ କାରଣ ଗଛକଟା ବୋଲି ଖୋଲାଖୋଲି ଲୋକେ ଅଭିଯୋଗ କରିଥିଲେ। ଲୋଇସିଂହା ବ୍ଲକ ଓ ସଦର ଥାନା ଅନ୍ତର୍ଗତ ସୁନାଦେଇ ଜଙ୍ଗଲରୁ ଶତାଧିକ ରେଙ୍ଗାଲ ଗଛ କାଟି ଦିଆଗଲା। ହେଲେ ତଥାକଥିତ ଜଙ୍ଗଲ ପ୍ରେମୀଙ୍କ ମୁହଁରୁ ବାହାରିଲାନି ପ୍ରତିବାଦର ସ୍ୱର। ବନ ବିଭାଗ ଲୁଚକାଳି ଖେଳ ଖେଳିଲା। ବରିଷ୍ଠ ଅଧିକାରୀଙ୍କୁ ଅନ୍ଧାରରେ ରଖିବାର ପ୍ରୟାସ କରାଗଲା। ପୁଲିସ ବି କରିବ କ’ଣ? ଗଲା ୭ ଦିନ ହେଲା ସଂଘର୍ଷ ଚାଲିଛି। ଏ ଖବର ପରେ କିଏ କ’ଣ ପ୍ରତିକ୍ରିୟା ରଖୁଛନ୍ତି ତାହା ହିଁ ଅପେକ୍ଷା।
ସେ ଦିନର ଘଟଣାକ୍ରମ..
ଗତ ୨୧ ତାରିଖ। ଲୋଇସିଂହା ବ୍ଲକ ଘୁଙ୍ଗି ଗାଁ ନିକଟ ସୁନାଦେଇ ଜଙ୍ଗଲ। ଏହି ଜଙ୍ଗଲରେ ବହୁ ମୂଲ୍ୟବାନ ଗଛ ରହିଛି। ଗାଁର ସପ୍ତ ତାରକା ଯୁବ ସଂଘର ସଦସ୍ୟମାନେ ଜଙ୍ଗଲ ଜଗନ୍ତି ପାଳି କରି। ୨୧ ତାରିଖ ଦିନ ନିକଟସ୍ଥ କୁଶମେଲ କୁମ୍ଭାରପଡ଼ାର ଲୋକେ ରେଙ୍ଗାଲ ବଲି କାଟୁଥିବା ଖବର ପାଇଥିଲେ ଘୁଙ୍ଗି ଗାଁ ଯୁବକମାନେ। ଜଙ୍ଗଲରେ ପହଞ୍ଚି ଦେଖିଥିଲେ ଶହେଟି ରେଙ୍ଗାଲ ବଲି କଟା ହେଇଛି। ଲୋଇସିଂହା ରେଂଜର ଓ ବନ ବିଭାଗର ଅଧିକାରୀଙ୍କୁ ଯୋଗାଯୋଗ କଲେ। ସକାଳ ୮ଟାରୁ ଗଛ କଟା ସଂପର୍କରେ ଜଣାଇଥିଲେ ବି ସରଗାଡ ଫରେଷ୍ଟର ରାମଚନ୍ଦ୍ର ନାଏକ ପହଞ୍ଚିଥିଲେ ଦିନ ୨ଟାରେ। ଘୁଙ୍ଗି ଗାଁର ଯୁବକମାନେ ଗଛ କଟାଳିଙ୍କୁ ଅଟକ ରଖିଥିଲେ। ଫରେଷ୍ଟର ପହଞ୍ଚିବା ପରେ ଯୁବକଙ୍କୁ ଗାଁକୁ ଯିବା ପାଇଁ କହିଥିଲେ। ୧୬ଟି ଟାଙ୍ଗିଆ ନେଇ ଯୁବକମାନେ ଗାଁକୁ ଆସିଥିଲେ। ଫରେଷ୍ଟର କୁଆଡ଼େ କହିଥିଲେ ଯେ, ଗଛ କଟାଳିଙ୍କୁ ନେଇ ସେ ଗାଁକୁ ଯିବେ। କିନ୍ତୁ ଗାଁକୁ ଏକୁଟିଆ ଆସିଥିଲେ ଫରେଷ୍ଟର ଶ୍ରୀ ନାଏକ। ଗଛ କଟାଳିଙ୍କୁ ଛାଡ଼ି ଦେଇଥିବାରୁ ଉତକ୍ଷିପ୍ତ ହୋଇଥିଲେ ଓ ଫରେଷ୍ଟରଙ୍କୁ ୬ ଘଣ୍ଟା ଅଟକ ରଖିଥିଲେ। ଏକ ସ୍ୱୀକାରୋକ୍ତି ଦେଇ ମୁକୁଳିଥିଲେ ଫରେଷ୍ଟର ଶ୍ରୀ ନାଏକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe