ବଲାଙ୍ଗୀରରେ କୁଖ୍ୟାତ ମାଓବାଦୀ ସୋମନାଥ ଆଚେଲାଙ୍କ ଆତ୍ମସମର୍ପଣ

Advertisment
ବଲାଙ୍ଗୀରରେ କୁଖ୍ୟାତ ମାଓବାଦୀ ସୋମନାଥ ଆଚେଲାଙ୍କ ଆତ୍ମସମର୍ପଣ

ବଲାଙ୍ଗୀର: ବଲାଙ୍ଗୀରରେ କୁଖ୍ୟାତ ମାଓବାଦୀ ସୋମନାଥ ଆଚେଲା ଆତ୍ମସମର୍ପଣ କରିଛନ୍ତି। ବିବିଏମ ଡିଭିଜନର ଏସିଏମ ରାଙ୍କର ସୋମନାଥ ଆଚେଲା ପ୍ରାୟ ୧୪ ବର୍ଷ ହେବ ଛତିଶଗଡ କାଙ୍କେରରେ ମାଓ କମାଣ୍ଡର ଭାବେ କାମ କରୁଥିବା ଜଣାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଜି ହିମାଂଶୁ ଲାଲ।

ସୋମନାଥଙ୍କ ନାଁରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ୨୦୦୬ ମସିହାରେ ସେ ମାଓ ସଂଗଠନରେ ସାମିଲ ହୋଇଥିଲେ। ୨୦୧୧ରେ ତାଙ୍କୁ ପଦୋନ୍ନତି ମିଳିଥିଲା।୨୦୧୬ ମସିହାରୁ ମାଓ କମାଣ୍ଡର ଭାବେ ସେ କାର୍ଯ୍ୟ କରୁଥିଲ । ବିଭିନ୍ନ ମାଓ ହିଂସାରେ ସୋମନାଥଙ୍କ ସମ୍ପୃକ୍ତି ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe