ଧଣ୍ତାମୁଣ୍ତା : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ମାଟିଆଭଟା ପଞ୍ଚାୟତ ହରିଜନ ପଡ଼ାରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ପଡ଼ାର ହେମନ୍ତ ବାରିକଙ୍କ ଘରେ ଗ୍ୟାସ୍ଚୁଲିରୁ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯିବାରୁ ତାଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଛି। ପରିବାର ଲୋକେ ଚୁଲି ଜଳାଇବା ସମୟରେ ହଠାତ୍ ଗ୍ୟାସ ଲିକ୍ ହୋଇ ଘରେ ନିଆଁ ଲାଗିଯାଇଥିଲା। ଖପ୍ରାଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଘର ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା। ହେମନ୍ତଙ୍କ ପରିବାର ଏବେ ବାସହୀନ ହୋଇ ପଡ଼ିଛନ୍ତି । ପଞ୍ଚାୟତ ପକ୍ଷରୁ ବିପନ୍ନ ପରିବାରକୁ ୧୦ କେଜି ଚାଉଳ ଓ ୫୦୦ଟଙ୍କା ସହାୟତା ଦିଆଯାଇଛି ବୋଲି ନରସିଂହ ସାହୁ ପ୍ରକାଶ କରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us