ପୋଖରୀରୁ ନରକଙ୍କାଳ ଠାବ: ପୁଲିସର ତଦନ୍ତ ଆରମ୍ଭ

ପୋଖରୀରୁ ନରକଙ୍କାଳ ଠାବ: ପୁଲିସର ତଦନ୍ତ ଆରମ୍ଭ

କଣ୍ଟାବାଞ୍ଜି: ମୁରିବାହାଲ ଥାନା ଭୋଇପଡ଼ା -ଗୁରୁଣ୍ଡା ରାସ୍ତା ୫୯ନ ଜାତୀୟ ରାଜପଥ ନିକଟରେ ଥିବା ଖଲିଆମୁଣ୍ଡା ପୋଖରୀରୁ ନରକଙ୍କାଳ ଠାବ ହୋଇଛି। ନରକଙ୍କାଳ ନିକଟରେ ଏକ ବାଇକ୍ ପଡିଛି। ତେବେ ନରକଙ୍କାଳଟି କାହାର ତାହା ସ୍ପଷ୍ଟ ହୋଇନଥିବା ବେଳେ ବାଇକ ନମ୍ବରରୁ ଜଣାପଡ଼ିଛି ଯେ ଏହି ନରକଙ୍କାଳ ଟିଟିଲାଗଡ଼ ଥାନା କୁମ୍ଭୀପଡା ଗାଁର ନରେଶ ବାଗଙ୍କର।

ନରେଶ ଗତ ମାସ  ୨୨ ତାରଖରେ ନିଖୋଜ ହୋଇଥିଲେ। ଥାନାରେ ମଧ୍ୟ ପରିବାର ପକ୍ଷରୁ ନିଖୋଜ ଏତଲା ଦିଆଯାଇଥିଲା। ମୁରିବାହାଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକେ ଦୁର୍ଗନ୍ଧ ହେବାରୁ ଆଜି ଜାଣିପାରି ଥିଲେ। ଆଜି ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ହେଲେ କେତେ ଦିନରୁ ଏଠି ଏହି ଶବ ପଡ଼ିଛି ତାହା ଜଣାପଡ଼ିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe