ଚରିତ୍ରକୁ ସନ୍ଦେହ କରି ଛୁରାମାଡ଼ କଲା ସ୍ୱାମୀ, ଗୁରୁତର ଅବସ୍ଥାରେ ସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି

Advertisment
ଚରିତ୍ରକୁ ସନ୍ଦେହ କରି ଛୁରାମାଡ଼ କଲା ସ୍ୱାମୀ, ଗୁରୁତର ଅବସ୍ଥାରେ ସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗୀର: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଛୁରାମାଡ କଲା ସ୍ୱାମୀ। ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ମହିଳା। ଗତ ୧୩ ତାରିଖ ଦିନ ହେମ ନିଜ ଗାଁ ଜଣେ ପିଲାଙ୍କ ସହିତ ଭିଡିଓ କଲରେ କଥା ହେଉଥିଲେ। ତାହା ଦେଖିବା ପରେ ସେ ପିଲା ସହିତ ହେମଙ୍କର ଅନୈତିକ ସଂପର୍କ ଥିବା ସନ୍ଦେହ କରିଥିଲେ ସ୍ୱାମୀ ସୁଧୀର। ଆଉ ତାପରେ ହେମଙ୍କୁ ଜୋରଦାର ମାଡ଼ ମାରିଥିଲେ। ଫଳରେ ପ୍ରାଣ ବିକଳରେ ନିଜ ବାପଘର ବାହାବଲକୁ ଚାଲିଯାଇଥିଲେ ହେମ।

publive-image

ଏତିକିରେ ସୁଧୀରର ରାଗ ଶାନ୍ତି ହୋଇନଥିଲା। ଗତକାଲି ବିଲମ୍ୱିତ ରାତିରେ ନିଜ ଶଶୁର ଘର ବାହାବଲକୁ ଯାଇ, ସୁଧୀର ନିଜ ସ୍ତ୍ରୀକୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା। ହେମ ଶୋଇଥିବା ସମୟରେ ଛୁରୀ ସାହାଯ୍ୟରେ ତାଙ୍କ ବେକକୁ କାଟି ଦେଇଥିଲା ସେ। ଘର ଲୋକେ ପାଟିତୁଣ୍ଡ କରିବାରୁ ରକ୍ତମୁଖା ସୁଧୀର ଫେରାର ମାରିଥିଲା। ବାପ ଘର ଲୋକେ ଗୁରୁତର ଅବସ୍ଥାରେ ହେମକୁ ପ୍ରଥମେ କଣ୍ଟାବାଞ୍ଜି ହସପିଟାଲ ଏବଂ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣିଥିଲେ। ହେମଙ୍କ ବେକରେ ଗଭୀର ଆଘାତ ଲାଗିଛି। ହସପିଟାଲରେ ଚିକିତ୍ସା ଜାରି ରହିଛି। ଅନ୍ୟପଟେ ସ୍ୱାମୀ ସୁଧୀର ଫେରାର ମାରିଛି। ଏ ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe