ମହିଳା ସରପଞ୍ଚଙ୍କୁ କମେଣ୍ଟ ମାରିଲେ ପୁରୁଷ ସରପଞ୍ଚ: ଅଭିଯୁକ୍ତଙ୍କୁ ଛେଚିଲେ ପୀଡ଼ିତାଙ୍କ ସ୍ଵାମୀ

Advertisment
ମହିଳା ସରପଞ୍ଚଙ୍କୁ କମେଣ୍ଟ ମାରିଲେ ପୁରୁଷ ସରପଞ୍ଚ: ଅଭିଯୁକ୍ତଙ୍କୁ ଛେଚିଲେ ପୀଡ଼ିତାଙ୍କ ସ୍ଵାମୀ

ଦେଓଗାଁ: ମହିଳା ସରପଞ୍ଚଙ୍କୁ କମେଣ୍ଟ ମାରିଲେ ବୋଲି ସ୍ଵାମୀଙ୍କ ହାତରେ ଛେଚା ଖାଇଲେ ପୁରୁଷ ସରପଞ୍ଚ। ମାଡ଼ ଭିଡିଓ କଏଦ ହୋଇଛି ସିସି ଟିଭିରେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଳକରେ।
ଘଟଣାଟି ହେଉଛି ଗତ ମଙ୍ଗଳବାର ଦିନର। ପଞ୍ଚାୟତ ଇଓ ଗୋପାଳ ଷଡ଼ଙ୍ଗୀଙ୍କ ସହ ବହଲି ଛକ ନିକଟରେ ଥିବା ଏକ ହୋଟେଲକୁ ଖାଇବାକୁ ଯାଇଥିଲେ ହାତୀସର ସରପଞ୍ଚ କେଲୋ ଡାଙ୍ଗ ଓ କୁତୁର୍ଲା ସରପଞ୍ଚ ତେଜ ହରପାଳ। ସାଥୀରେ ଥିଲେ ସରପଞ୍ଚଙ୍କ ସ୍ୱାମୀ। ସ୍ୱାମୀ ଖାଇବା ଅର୍ଡର ଦେବାକୁ ଯାଇଥିବା ବେଳେ ପୁରୁଷ ସରପଞ୍ଚ ଜଣକ ଇଓଙ୍କ ଉପସ୍ଥିତିରେ ମହିଳା ସରପଞ୍ଚଙ୍କୁ କମେଣ୍ଟ ମାରିଥିଲେ। ତାଙ୍କ ସ୍ୱାମୀଙ୍କର ଏ ବିଷୟକୁ ନେଇ ପୁରୁଷ ସରପଞ୍ଚଙ୍କ ସହ ବଚସା ହୋଇ ହୋଇଥିଲେ।ଉଭୟେ ହାତାହାତି ହୋଇଥିଲେ, ଯାହା ହୋଟେଲରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

ଏନେଇ ମହିଳା ସରପଞ୍ଚ ଅସଦାଚରଣ କଲେ ବୋଲି ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ପୁରୁଷ ସରପଞ୍ଚ ଶାସକ ଦଳର ଛତ୍ର ଛାୟାରେ ଥିବାରୁ ଚାପ ଯୋଗୁଁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଗୋଟିଏ ଦିନ ପରେ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିବାର ସୁଯୋଗ ଦେଲା ବୋଲି ପୀଡ଼ିତା ମହିଳା ଅଭିଯୋଗ କରିଛନ୍ତି। ଖାଲି ଏତିକିରେ ଘଟଣା ସରିଲା ନାହିଁ। ଏବେ ଏହା ଭିତରକୁ ପଶିଛି ରାଜନୀତି। ହାତୀସର ସରପଞ୍ଚଙ୍କୁ ଗିରଫ କରିବା ଦାବିରେ ୨୪ ଘଣ୍ଟାର ମହଲତ ଦେଇଛି କଂଗ୍ରେସ ଏସି ସେଲ। ଏନେଇ ସେମାନେ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ଦେଇ ଆନ୍ଦୋଳନ କରିବାର ଚେତାବନୀ ଦେଇଛନ୍ତି। ତେବେ ଏଦିଗରେ ପୁଲିସ କି ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଥିବା ବେଳେ ଅଭିଯୁକ୍ତ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଦେଓଗାଁ ପୁଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe