ଓଡ଼ିଶାର ପଞ୍ଚମ ଶିଳ୍ପ ପ୍ରଦର୍ଶନ ଏବଂ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଘାଟିତ

Advertisment
ଓଡ଼ିଶାର ପଞ୍ଚମ ଶିଳ୍ପ ପ୍ରଦର୍ଶନ ଏବଂ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବଲାଙ୍ଗୀର: ବଲାଙ୍ଗୀର ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ(ଜେଆଇଟିଏମ୍‌ ) ରେ ଓଡ଼ିଶାର ପଞ୍ଚମ ଶିଳ୍ପ ପ୍ରଦର୍ଶନ ଏବଂ ସଚେତନତା କାର୍ଯ୍ୟକ୍ରମ (ସିଡିଏପି)କୁ ଉଦ୍‌ଘାଟିତ କରାଯାଇଛି। ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ (ଜେଆଇଟିଏମ୍‌) ର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରଦୀପ ଷଡ଼ଙ୍ଗୀଙ୍କ ଦ୍ଵାରା ଏହି ଉଦ୍‌ଘାଟନୀ କାର୍ଯ୍ୟ ହୋଇଛି।

ଉଦ୍‌ଘାଟନୀ ଉତ୍ସବରେ ସେଞ୍ଚୁରିଅନର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ମିସ୍ ଅଙ୍କିତା ଗଡତିଆ, ଶୀମତୀ ପୁନ୍ୟତୋୟା ବିଶ୍ଵାଳ, ହସ୍ତଶିଳ୍ପର ନିର୍ଦ୍ଦେଶିକା, ଶ୍ରୀମତୀ ଶୈଳଜା, ଅନ୍ୟ ସମ୍ମାନନୀୟ ଅତିଥି ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ଉଦ୍‌ଘାଟନୀ ଦିବସରେ ପାଞ୍ଚଜଣ ଅଭିଜ୍ଞ ବରିଷ୍ଠ ଶିଳ୍ପ ତାଲିମ ପ୍ରଦାନକାରୀ ଧାନ, ବେତ, ବାଉଁଶ, ଏବଂ ଦରିର ତିଆରି ପ୍ରଣାଳୀ ପ୍ରଦର୍ଶନ କରିଥିଲେ।  ଏହାଛଡ଼ା ଏହି ହସ୍ତଶିଳ୍ପର ପ୍ରଚାର ପ୍ରସାର ପାଇଁ ଲୋକମାନଙ୍କୁ ସଚେତନ କରିଥିଲେ। ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବହୁତ ଆଗ୍ରହର ସହ ସବୁ ଶିଖିଥିଲେ। ତାହାଛଡ଼ା ନିଜେ ବିଭିନ୍ନ ଜିନିଷ ମଧ୍ୟ ତିଆରି କରିଥିଲେ। ଏହିପରି ଭାବରେ ଓଡ଼ିଶାର ପଞ୍ଚମ ହସ୍ତଶିଳ୍ପ ପ୍ରଦର୍ଶନ ଏବଂ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ସମସ୍ତ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ପୂରଣ କରି ଉଦ୍‌ଘାଟିତ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe