କଣ୍ଟାବାଞ୍ଜି-ବଲାଙ୍ଗୀର ମୁଖ୍ୟରାସ୍ତା ଶୋଚନୀୟ

କଣ୍ଟାବାଞ୍ଜି-ବଲାଙ୍ଗୀର ମୁଖ୍ୟରାସ୍ତା ଶୋଚନୀୟ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି-ବଲାଙ୍ଗୀର ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବିଶେଷ କରି ସ୍ଥାନୀୟ ଏଚ୍‌ପି ପେଟ୍ରୋଲ ପମ୍ପ ପାଖ ରାସ୍ତା ଅବସ୍ଥା କଥା ନ କହିବା ଭଲ। ଏହି ରାସ୍ତା ଦେଇ ପ୍ରତ୍ୟହ ବହୁ ସଂଖ୍ୟାରେ ଯାନବାହନ ବେଲପଡା, ପାଟଣାଗଡ଼, ବଲାଙ୍ଗୀର ଆଦି ସହରକୁ ଯାତାୟାତ କରିଥାନ୍ତି। ମାତ୍ର ରାସ୍ତା ସାରା ବିଭିନ୍ନ ସ୍ଥାନରେ ଖାଲ ଖମା ସୃଷ୍ଟି ହୋଇ ପାଣି ଜମିବା ଦ୍ବାରା ‌ପଥଚାରୀ ଓ ଗାଡ଼ିଚାଳକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହି ରାସ୍ତା ପାଖରେ ଥିବା ସ୍କୁଲକୁ ଛାତ୍ରଛାତ୍ରୀମାନେ ସାଇକଲରେ ଯିବା ଆସିବା ବେଳେ ଉକ୍ତ ଖାଲ ଯୋଗୁଁ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ରାସ୍ତା ପାଖରେ ସିମେଣ୍ଟ ଗୋଦାମ ଥିବାରୁ ପ୍ରତ୍ୟହ ବହୁ ସଂଖ୍ୟାରେ ଭାରୀ ଯାନ ସବୁ ଯିବା ଆସିବା କରୁଥାଏ। ଫଳରେ ରାସ୍ତା ଅବସ୍ଥା ଅଧିକ ଶୋଚନୀୟ ହେବା ସାଙ୍ଗକୁ ସଂକୁଚିତ ହେଉଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe