ବେନ୍ଦ୍ରା ଡାକ୍ତରଖାନା: ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ତାଲା ଠୁଙ୍କିଲେ ଗ୍ରାମବାସୀ

Advertisment
ବେନ୍ଦ୍ରା ଡାକ୍ତରଖାନା: ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ତାଲା ଠୁଙ୍କିଲେ ଗ୍ରାମବାସୀ

ଡୁଡୁକା: ଆଗଲପୁର (ଡୁଡୁକା) ବ୍ଲକ୍‌ ‌େବନ୍ଦ୍ରା ଡାକ୍ତରଖାନାରେ ଗତ ଗୁରୁବାର ଦିନ ସଂଧ୍ୟାରେ ବେନ୍ଦ୍ରା ଗ୍ରାମବାସୀ ଜଣେ ଆୟୁଷ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ତାଲା ପକାଇ ଅଟକ ରଖିଥିଲେ। ଖବର ପାଇ ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଦୀନେଶ ମେହେର ଓ ବଲାଙ୍ଗୀର ସିଡିଏମ୍‌ଓ ସୁଜ୍ଞାନେନ୍ଦ୍ର ମିଶ୍ର ରାତି ୧୨ଟା ଯାଏ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଡାକ୍ତର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଯାଇ ଲୋକମାନେ ସେମାନଙ୍କୁ ଛାଡ଼ିଥିଲେ। ପ୍ରକାଶ ଯେ ଏହି ଡାକ୍ତରଖାନାରେ ଡାକ୍ତର କି ଫାର୍ମାସିଷ୍ଟ ନଥିବାରୁ ରୋଗୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀମାନେ ଦୂରଦୂରାନ୍ତ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଛନ୍ତି। ଗୁରୁବାର ସିଡିଏମ୍‌ଓଙ୍କ ଗସ୍ତ ଥିବାରୁ ଜଣେ ଆୟୁଷ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଅପରାହ୍ଣରେ ଆସି ଡାକ୍ତରଖାନା ଖୋଲି ବସିଥିଲେ। ଏହା ଜାଣି ଗ୍ରାମବାସୀ ଉ‌େତ୍ତଜିତ ହୋଇ କର୍ମଚାରୀଙ୍କୁ ତାଲା ପକାଇ ଦେଇଥିଲେ। ଖବର ପାଇ ପ୍ରଥମେ ଆଗଲପୁର ସ୍ବାସ୍ଥ୍ୟ‌େକନ୍ଦ୍ରର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରିନଥିଲା। ଶେଷରେ ସିଡିଏମ୍‌ଓ ବିଳମ୍ବିତ ରାତି ଯାଏଁ ଆଲୋଚନା କରିଥିଲେ। ଡାକ୍ତରଖାନା କାହିଁକି ବନ୍ଦ କରାଯାଉଛି, ଡାକ୍ତର, ଫାର୍ମାସିଷ୍ଟ ପଦବି କାହିଁକି ଖାଲି ପଡ଼ିଛି ବୋଲି ଲୋକେ ଯୁକ୍ତି ଦର୍ଶାଇଥିଲେ। ଏହା ପରେ ସିଡିଏମ୍‌ଓ ପ୍ରତିଶ୍ରୁତି ଦେବା ପରେ ଯାଇ ଲୋକମାନେ ସେମାନଙ୍କୁ ଛାଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe