ଧଣ୍ଡାମୁଣ୍ଡା (ସରୋଜ ମିଶ୍ର): ବଲାଙ୍ଗୀର ଜିଲ୍ଲାର ଦାଦନ ପ୍ରବଣ ଖପ୍ରାଖୋଲ ବ୍ଳକ୍‌କୁ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ନେତୃତ୍ବରେ ଟାକ୍ସଫୋର୍ସ କମିଟି ବୁଧବାର ଗସ୍ତ କରିଛନ୍ତି। ଏହି ଅବସରରେ ଟିମ୍‌ର ସଦସ୍ୟମାନେ ଭାନପୁର ପଞ୍ଚାୟତ ତୁର୍ଲା ଗାଁକୁ ଗସ୍ତ କରିଥିଲେ। ସେମାନେ ଘରଘର ବୁଲି ସରକାରୀ ଯୋଜନାର କାର୍ଯ୍ୟକାରୀତା ଉପରେ ପଚାରି ବୁଝିବା ସହିତ ଯୋଜନା ଠିକ୍ ଭାବରେ ଯୋଗ୍ୟ ହିତାଧିକାରୀ କିପରି ପାଇବେ ସେନେଇ କହିଥିଲେ। କେତେକ ପରିବାର ଘର ପାଇ ନ ଥିବା ବେଳେ ରାସନ କାର୍ଡ ପାଇନଥିବା ଅଭିଯୋଗ କରିଥିଲେ। ଯୋଗ୍ୟ ହିତାଧିକାରୀ ଙ୍କୁ ଯୋଜନା ରେ ସାମିଲ୍ ପାଇଁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ।

Advertisment

ପରେ ଖେଳପଡିଆ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀ, ଏପିସି ମାଧ୍ୟମରେ ମହିଳାଙ୍କ ରୋଜଗାର ବୃଦ୍ଧି, ଦାଦନ ଶ୍ରମିକଙ୍କୁ ରୋଜଗାର ପ୍ରଦାନ ଉପରେ ଆଲୋକପାତ କରିଥିଲେ। ପରେ ହରିଶଙ୍କର ମନ୍ଦିର ବୁଲିଦେଖିଥିଲେ। ଶେଷରେ ରେଙ୍ଗାଳି ଗାଁରେ ପହଞ୍ଚି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ହିତାଧିକାରୀଙ୍କ ସହିତ ବାର୍ତ୍ତାଳାପ କରି ଯୋଜନାର ସଫଳତା ଉପରେ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: Brownsugar Seized: ୧୬ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ବେପାରୀ କୋର୍ଟ ଚାଲାଣ

ଲୋକଙ୍କୁ ଭେଟିଲେ ସାଂସଦ

ଗସ୍ତ ଅବସରରେ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓ, ଟାସ୍କ ଫୋର୍ସ କମିଟି ସଦସ୍ୟ ପଞ୍ଚାୟତିରାଜ କମିସନର ତଥା ସେକ୍ରେଟାରୀ ଏସ୍‌ଏନ୍‌ ଗିରିଶ, ଓରମାସ ନିର୍ଦ୍ଦେଶିକା ଡ: ମୋନିକା ପ୍ରିୟଦର୍ଶିନୀ ଉପସ୍ଥିତ ଥିବା ବେଳେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ବଲାଙ୍ଗୀର ଜିଲ୍ଲାପରିଷଦ ସି ଡ଼ି ଓ ତରଣୀ ସୁନା, ପାଟଣାଗଡ଼ ଉପ ଜିଲ୍ଲାପାଳ ସୁନୀଲ କୁମାର ମେହେର, ଉପ ଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୁଝାରୀ, ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡଙ୍ଗୀ, ତହସିଲଦାର ସତ୍ୟ ସୁନ୍ଦର ରାଉତରାୟ, ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ଉପମୁଖ୍ୟମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ସାଂସଦଙ୍କ ବ୍ଲକ ପ୍ରତିନିଧି ସନ୍ତୋଷ କୁମାର ଭଇଁସାଲ, ଭାନପୂର୍ ସରପଞ୍ଚ ରିନା ଜାଲ, ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର ସମେତ ଜିଲ୍ଲାସ୍ତରୀୟ, ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: Jajpur Old Man @94: ସାଇଁ ସାଇଁ ସାଇକେଲ ଚଲାଉଛନ୍ତି, ଧାଏଁ ଧାଏଁ ଧାନ କାଟୁଛନ୍ତି... ଫକୀର ମଉସାଙ୍କ ଆଗରେ ହାର ମାନିଯିବେ ଯୁବକ