ବଲାଙ୍ଗୀର: ପାଟଣାଗଡ଼ ଥାନା ଠାରୁ ୧.୨ କିମି ଦୂରେ ଥିବା ବଡ଼ପଡ଼ା ଗ୍ରାମ ନିକଟ ନଦୀ ଠାରେ ଶନିବାର ଟ୍ରାକ୍ଟର ଓଲଟି ପଡ଼ିବାରୁ ସେହି ଗ୍ରାମର ଡିଙ୍ଗର କଠାର (୩୦) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଶନିବାର ନଦୀରୁ ବାଲି ବୋଝେଇ କରି ଟ୍ରାକ୍ଟରଟି ଆସୁଥିଲା। ଏହି ସମୟରେ ନଦୀକୁ ପାଣି ଆଣିବାକୁ ଯାଉଥିବା ଶ୍ରମିକ ଡିଙ୍ଗରଙ୍କ ଉପରେ ଟ୍ରାକ୍ଟର ଟ୍ରଲି ଓଲଟି ପଡ଼ିଥିଲା। ଫଳରେ ଡିଙ୍ଗର ବାଲିରେ ପୋତି ହୋଇ ଯାଇଥିଲେ। ଖବର ପାଇ ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ବାଲିରୁ ଉଦ୍ଧାର କରି ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତରଖାନାକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଥାନା କେସ୍ ନଂ ୨୭୯/୧୯, ଅାଇପିସି ଧାରା ୩୦୪ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଏନେଇ ଆଇଆଇସିଙ୍କୁ ପଚାରିବାରୁ ପୁଲିସ ପହଞ୍ଚିଲା ବେଳକୁ ଟ୍ରାକ୍ଟର ନଥିଲା, ତଦନ୍ତ ଜାରି ରହିଛି ବୋଲି ସେ କହିଥିଲେ।
ଟ୍ରାକ୍ଟର ଓଲଟି ଶ୍ରମିକ ମୃତ
Advertisment
Follow Us