ଗାଡ଼ି ସହ ଲକ୍ଷାଧିକ ଟଙ୍କାର କାଠ ଜବତ: ଚୋରାଚାଲାଣକାରୀ ଫେରାର

Advertisment
ଗାଡ଼ି ସହ ଲକ୍ଷାଧିକ ଟଙ୍କାର କାଠ ଜବତ: ଚୋରାଚାଲାଣକାରୀ ଫେରାର

ପାଟଣାଗଡ଼: ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ପାଟଣାଗଡ଼ ବନ ବିଭାଗ ପକ୍ଷରୁ ବିଳମ୍ବିତ ରାତିରେ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସିଆଲବନ୍ଧ ଗ୍ରାମ ନିକଟରେ ଖଇର ବୋଝେଇ କାଠ ଜବତ କରିଥିବା ଜଣାପଡିଛି। ବିଳମ୍ବିତ ରାତିରେ ଏକ ବୋଲେରୋ ପିକ୍ଅପ୍ ଭ୍ୟାନ୍ ଗାଡ଼ି (ଓଡି ୦୩ଡି ୪୧୮୬)ରେ ବହୁ ଖଇର କାଠ ବୋଝେଇ ହୋଇ କିରିବାଞ୍ଜି ଜଙ୍ଗଲ ପଟରୁ ପାଟଣାଗଡ଼ ଆଡ଼କୁ ଆସୁଥିଲା।

ପାଟ୍ରୋଲିଂ କରୁଥିବା ସମୟରେ ବନ ବିଭାଗର ରେଞ୍ଜର ରାଜ କିଶୋର ଭୋଇ, ଫରେଷ୍ଟର ଅରବିନ୍ଦ ଧରୁଆ ସମେତ ବନ ବିଭାର କର୍ମଚାରୀମାନେ ଉକ୍ତ ଖଇର କାଠ ବୋଝେଇ ଗାଡ଼ି ଦେଖିଥିଲେ। ବନ ବିଭାଗର ଗାଡ଼ି ଦେଖି ଚୋରାଚାଲାଣକାରୀ ଗାଡି ଛାଡ଼ି ପଳାୟନ କରିଥିବା ନେଇ ରେଞ୍ଜର ଶ୍ରୀ ଭୋଇ କହିଛନ୍ତି। କାଠ ବୋଝେଇ ଗାଡି ଜବତ କରି ଅଫିସକୁ ଅଣା ଯାଇଥିବା ଜଣାପଡ଼ିଛି। ଜବତ କରାଯାଇଥିବା ଖଇର କାଠର ଓଜନ ୪୦ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଦେଢରୁ ୨ ଲକ୍ଷ ଟଙ୍କା ହେବ ବୋଲି ରେଞ୍ଜର ଶ୍ରୀ ଭୋଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe