ପଥର କୁଆଁରିରେ କାମ କରୁଥିବା ବେଳେ ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

Advertisment
ବଜ୍ରାଘାତରେ ସୁପରଭାଇଜରଙ୍କ ମୃତ୍ୟୁ

OdishaTV

ପାଟଣାଗଡ଼: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଝୁଲେନବରରେ ଅପରାହ୍ନରେ ହଠାତ୍ ବଜ୍ରପାତ ହେବା ଦ୍ବାରା ଗ୍ରାମ ନିକଟରେ ଥିବା ଏକ ପଥର କୁଆଁରୀରେ କାମ କରୁଥିବା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚକିତ୍ସିତ ହେଉଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଝୁଲେନବର ଗ୍ରାମ ନିକଟରେ ଥିବା ଏକ ପଥର କୁଆଁରୀରେ କିଛି ଶ୍ରମିକମାନେ କାମ କରୁଥିଲେ। ଅପରାହ୍ନରେ ହଠାତ୍ ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା। ବଜ୍ରପାତ ହେବା ଦ୍ବାରା ପଥର କୁଆଁରିରେ କାମ କରୁଥିବା ଶ୍ରମିକ ଆଦିତ୍ୟ ରଣା ଓରଫ ଆନନ୍ଦ(୨୮)ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ରତନ ବରିହା(୩୦) ଓ ମଦନ ବରିହା(୨୭) ଗୁରୁତର ହୋଇ ପଡ଼ିଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା। ତେବେ ରତନ ବରିହାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଦର୍ଶାଇ ଡାକ୍ତର ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତରିତ କରାଇଥିଲେ। ଜଣାପଡିଛି ଯେ ଘଟଣା ସମ୍ପର୍କରେ ପୁଲିସ ଏକ ମାମାଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe