ମନରେଗା ଯୋଜନା: କ୍ଷେତ୍ର ପରିଦର୍ଶନ କଲେ ପୂର୍ବତନ ବିଧାୟକ

ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଳକର ବେଲପଡା ପଞ୍ଚାୟତରୁ ଆସିଛି ଏକ ବଡ଼ ଅଭିଯୋଗ। ଏହି ପଞ୍ଚାୟତର ବେଲପଡ଼ା ଗାଁରେ ମନରେଗା ଯୋଜନାରେ ୧ ଲକ୍ଷ  କି ୨ ଲକ୍ଷ  ନୁହେଁ ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା କାମ ନ କରି ହଡ଼ପ କରାଯାଇଥିବା ଅଭିଯୋଗ ଆସିଛି। 

Untitled

ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଳକର ବେଲପଡା ପଞ୍ଚାୟତରୁ ଆସିଛି ଏକ ବଡ଼ ଅଭିଯୋଗ। ଏହି ପଞ୍ଚାୟତର ବେଲପଡ଼ା ଗାଁରେ ମନରେଗା ଯୋଜନାରେ ୧ ଲକ୍ଷ  କି ୨ ଲକ୍ଷ  ନୁହେଁ ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା କାମ ନ କରି ହଡ଼ପ କରାଯାଇଥିବା ଅଭିଯୋଗ ଆସିଛି। 

ଅଭିଯୋଗ ଅନୁସାରେ ମନରେଗା ଯୋଜନାରେ ୨୦୨୩-୨୦୨୪ ଓ ୨୦୨୪-୨୦୨୫ ଆର୍ଥିକ ବର୍ଷରେ ବେଲପଡ଼ାର ମହୁଳ ମୁଣ୍ଡାରେ ୯ ଲକ୍ଷ ୯୯ ହଜାର ଟଙ୍କା,  ଗୋଚରମୁଣ୍ଡାରେ ୯ ଲକ୍ଷ ୯୮ ହଜାର ଟଙ୍କା, ସିନାମୁଣ୍ଡାରେ ୧୦ଲକ୍ଷ ଟଙ୍କା, ନୂଆଁମୁଣ୍ଡାରେ ୧୦ ଲକ୍ଷ ଟଙ୍କା, ମାହାବନ୍ଧରେ ୧୦ ଲକ୍ଷ ଟଙ୍କାର ଫାଇଲ ଖୋଲି କାମ କରାଯାଇଥିବା ନେଇ ସରକାରୀ କାଗଜପତ୍ରରେ ଦର୍ଶାଯାଇଥିବା ବେଳେ ବାସ୍ତବରେ କୌଣସି ପ୍ରକାର କାମ ନ କରି ନକଲି ଶ୍ରମିକଙ୍କ ନାଁରେ ମନରେଗା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି।

ବେଲପଡ଼ା ଗାଁରେ ପୋଖରୀ ନାମରେ ଲକ୍ଷ ଲକ୍ଷ ଟଙ୍କା ଲୁଟ ହୋଇଥିବା ବେଳେ  ସମିତି ସଭ୍ଯ ହର ମେହେରଙ୍କ ତତ୍ତ୍ଵାବଧାନରେ ଏହି ଦୁର୍ନୀତି ହୋଇଛି ଏବଂ ମନରେଗା ଯୋଜନାରେ ଯେଉଁ ୪୦ ପ୍ରତିଶତ କାମ ହୋଇଛି; ସେହି କାମଗୁଡ଼ିକରେ ତାଙ୍କ ସମ୍ପର୍କୀୟମାନଙ୍କୁ ଠିକାଦାର ଭାବେ ନିଯୁକ୍ତି ଦିଆଯାଇ ଲୁଟ କରିଥିବା ଗାଁ ଲୋକେ ଅଭିଯୋଗ ଆଣିଛନ୍ତି।

ଯେଉଁ ଜନ ପ୍ରତିନିଧିମାନେ ଲୋକ ସେବା ପାଇଁ ନିର୍ବାଚିତ ହୋଇ ଆସିଥିଲେ, ଆଜି ସେହି ଜନ ପ୍ରତିନିଧିମାନେ ଲୋକଙ୍କ ସେବା କରିବା ତ ଦୂର କଥା; ଶ୍ରମିକଙ୍କୁ କାମ ଦେବା ବଦଳରେ ନକଲି ଶ୍ରମିକଙ୍କ ନାରେ ମିଛ ବିଲ୍‌ କରି ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ କରିଛନ୍ତି। ଏକାଧିକ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଫାଇଲ ଏହି କାମଗୁଡ଼ିକ ବ୍ଳକ ବିଡ଼ିଓଙ୍କ ତତ୍ତ୍ଵାବଧାନ ହୋଇଥାଏ। ଯଦି ପଞ୍ଚାୟତ ସମିତିରୁ ଏହି କାମ ହୋଇଛି ତେବେ ତତ୍କାଳୀନ ବିଡ଼ିଓ ଏହି କାମ ଗୁଡ଼ିକ ତଦାରଖ କରିଛନ୍ତି କି? ଯଦି ତଦାରଖ କରିଛନ୍ତି ତେବେ କାମ ନ ହୋଇଥିବା ପୋଖରୀରେ କେମିତି ଲକ୍ଷ ଲକ୍ଷ ଟଙ୍କା ଉଠାଯାଇଛି ବୋଲି ପ୍ରଶ୍ନ ଉଠୁଛି। 

ଅନ୍ୟପକ୍ଷରେ ବଙ୍ଗୋମୁଣ୍ଡା ବ୍ଲକର ବେଲପଡ଼ା ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ସରକାରୀ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଉଥିବା ନେଇ ବେଲପଡ଼ା ପଞ୍ଚାୟତବାସୀ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ତଥା ରାଜ୍ଯ କଂଗ୍ରେସ ପ୍ରଦେଶ କମିଟିର ଉପ ସଭାପତି ସନ୍ତୋଷ ସିଂ ସାଲୁଜାଙ୍କୁ ଗାଁ ଲୋକେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିବା ପରେ ଗୁରୁବାର ସେ ବେଲପଡ଼ା ଗ୍ରାମ ପଞ୍ଚାୟତ ଗସ୍ତ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe