ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମାଓ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ଜଣାଶୁଣା। ଏଠାରେ ଦୀର୍ଘ ଦିନର ନିରବତା ପରେ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିବାକୁ ଯାଇ ୨ଟି ବ୍ୟାନର ଲଗାଇଥିବା ଜଣାପଡ଼ିଛି। ଏହି ୨ଟି ବ୍ୟାନର ପୁଟକେଲଚୁଆଁ ଓ ଘୁନସର ମଧ୍ୟରେ ଥିବା ବଜାରରେ ଲାଗିଥିବା ଜଣାଯାଇଛି। ବ୍ୟାନରଟି ଲାଲ ରଙ୍ଗର ଓ ଏଥିରେ ଧଳା ରଙ୍ଗରେ ଲେଖାଥିବା ବେଳେ ଉଭୟ ଓଡ଼ିଆ ଓ ହିନ୍ଦୀରେ ଲେଖାଥିବାର ଦେଖିବାକୁ ମିଳିଛି।
ଏହି ବ୍ୟାନରରେ ଆସନ୍ତା ୨୦ ତାରିଖ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ସମର୍ଥନ ଜଣାଇବା ପାଇଁ ଆହ୍ବାନ ଦିଆଯାଇଛି। ଏହା ସହିତ ଏଥିରେ ୨ ବର୍ଷରେ ପୁଲିସ ଗୁଳି କରି ହତ୍ୟା କରା ଯାଇଥିବାକୁ ନେଇ ରାଜ୍ୟବ୍ୟାପୀ ବନ୍ଦ କରାଯିବ। ଦମନ ଅଭିଯାନ ନାମରେ ଦେଶ ଭିତରେ ଜନତା ଉପରେ ସରକାର ଯୁଦ୍ଧକୁ ବିରୋଧ କରନ୍ତୁ । ଦେଶରୁ ସମ୍ମତି ଦବାଇବା ଲାଗି ବ୍ରାହ୍ମଣୀୟ , ହିନ୍ଦୁତ୍ଵ , ଫାସିବାଦ ସରକାର ଦ୍ଵାରା ଚଳାଯାଉଥିବା ଦମନ ଅଭିଯାନକୁ ବିରୋଧ କରନ୍ତୁ। କମ୍ରେଡ ରବିନ୍ଦ, କମ୍ରେଡ ରୋହିତ ଆମର ରହେ ଆଦି ଲେଖା ହେବା ସହ ତଳେ ଶେଷରେ ଭାରତ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ମେ ୨୦୨୨ ଲେଖା ହୋଇଥିବା ଦେଖିବାକୁ ମିଳିଛି।
ମାଓ ବ୍ୟାନର ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଦେଖି ଭୟଭୀତ ନ ହୋଇ ରବିବାର ଦିନ ବସିଥିବା ସାପ୍ତାହିକ ବଜାରରେ ବ୍ୟବସାୟୀମାନେ ବିକ୍ରୟ ପାଇଁ ରଖିଥିବା ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀକୁ କ୍ରୟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ପୁଲିସ ଖବର ପାଇ ଦୁଇ ବ୍ୟାନରକୁ ଜବତ କରିଥିବାର ସୂଚନା ମିଳିଛି।
ଦୀର୍ଘଦିନର ନିରବତା ପରେ ଉପସ୍ଥିତି ଜାହିର କଲେ ମାଓବାଦୀ : ପାଟଣାଗଡ଼ରେ ଲାଗିଲା ମାଓ ବ୍ୟାନର
Advertisment
Follow Us