ସ୍ବାମୀଙ୍କ ଦୀର୍ଘାୟୁ କାମନା ନ କରି ଜୀବନ ହାରିଲେ ସଧବା

Advertisment
ସ୍ବାମୀଙ୍କ ଦୀର୍ଘାୟୁ କାମନା ନ କରି ଜୀବନ ହାରିଲେ ସଧବା

ସଇଁନ୍ତଳା: ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବିବାହିତ ମହିଳା ଆଜି  ସାବିତ୍ରୀ ବ୍ରତ ପାଳନ କରୁଛନ୍ତି। ମହିଳାମାନଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଗାଁ ଠୁ ସହର ପର୍ଯ୍ୟନ୍ତ ବେଶ ଉତ୍ସବମୁଖର। ହେଲେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ତାଳବାହାଲ ଗାଁରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ଗୋଟିଏପଟେ ସଧବାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପୂଜାର୍ଚ୍ଚନା କରୁଥିବା ବେଳେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ଘଟଣା ସମ୍ପର୍କରେ ସଇଁନ୍ତଲା ପୁଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ ଯେ, କିଛି ଦିନ ହେବ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା ହେଲେ ତାଙ୍କର ସ୍ୱାମୀ ବନମାଳୀ ବଗର୍ତ୍ତି କୌଣସି କାମରେ ବାହାରକୁ ଯାଇଥିଲେ। ସେହି ସମୟରେ ବିଜୁଳି ବଗର୍ତ୍ତି(୨୬) ଆତ୍ମହତ୍ୟା କରିଥିଲେ। ଆଜି ସାବିତ୍ରୀ ବ୍ରତ ହୋଇଥିବା ବେଳେ ବିଜୁଳି ତାଙ୍କର ଜୀବନ ହାରି ଦେଇଛନ୍ତି, ଯାହାକୁ ନେଇ ଅଞ୍ଚଳରେ ଅନେକ ଚର୍ଚ୍ଚା ଜୋର ଧରିଛି। ବିଜୁଳିଙ୍କର ଏକ ଝିଅ ମଧ୍ୟ ରହିଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe