ତେଜରାତି ଦୋକାନ ଜାଳିଦେଲେ ଦୁର୍ବୃତ୍ତ: ପୁଲିସର୍ ତଦନ୍ତ ଜାରି

Advertisment
ତେଜରାତି ଦୋକାନ ଜାଳିଦେଲେ ଦୁର୍ବୃତ୍ତ: ପୁଲିସର୍ ତଦନ୍ତ ଜାରି

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ପଞ୍ଚାୟତ ସଦର ମହକୁମାରେ ଦୁର୍ବୃତ୍ତମାନେ ଏକ ତେଜରାତି ଦୋକାନକୁ ଜାଳି ଦେଇଥିବା ନେଇ ମୁରିବାହାଲ ଥାନାରେ ଏତଲା ହୋଇଛି।ଗୁଡିଘାଟ ଗ୍ରାମର ଚନ୍ଦ୍ରଧ୍ଵଜ ରଣାଙ୍କ ପୁଅ କେଶବ ରଣା(୧୯) ଗୁଡିଘାଟ- ବିଜାମାଲ ଗାଁ ଛକ ପାଖରେ ଏକ କିରାନା ଦୋକାନ ଦେଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ। ବୁଧବାର ରାତି ୮ଘଣ୍ଟା ସମୟରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ରାତିରେ ଦୁର୍ବୃତ୍ତମାନେ ତାଙ୍କ ଦୋକାନ ଘରକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଜାଳି ନଷ୍ଟ କରିଦେଇଥିଲେ। ଦୋକାନ ଭିତରେ ଥିବା ସମସ୍ତ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ଦୋକାନରେ ଥିବା ଏକ ଫ୍ରିଜ୍ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଥିଲା।

ରାତି ପ୍ରାୟ ସାଢ଼େ ୩ଟାରେ ଗାଁର ଲୋକେ କେଶବଙ୍କ ଦୋକାନରେ ନିଆଁ ଲାଗିଥିବା ଦେଖି ତାଙ୍କୁ ଖବର ଦେବାରୁ ସେ ଧାଇଁ ଆସି ପାଣି ଢାଳି ନିଆଁ ଲିଭାଇ ଥିଲେ। ଫଳରେ କିଛି ସାମଗ୍ରୀ ନଷ୍ଟ ହେବାରୁ ରକ୍ଷା ଯାଇଥିଲା। ଦୋକାନ ଘରେ ଆନୁମାନିକ ୨ଲକ୍ଷ ଟଙ୍କାର ସାମଗ୍ରୀ ଥିଲା। କେଶବ ଏ ସମ୍ପର୍କରେ ମୁରିବାହାଲ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। କେଶବଙ୍କ ଏତଲା ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତନାଘନା ତଦନ୍ତ ଜାରି ରଖିଥିଲା। ଏ ସମ୍ପର୍କରେ ଥାନା କେଶ ନ ୪୮/୨୦୨୪ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe