ଦମ୍ପତିଙ୍କୁ ପିଟିପିଟି ହତ୍ୟା ଘଟଣା: ଭୟରେ ମା’ବାପାଙ୍କ ଶବ ଗାଁକୁ ନେଲା ନାହିଁ ପୁଅ, ପୁଲିସ୍‌ ସହାୟତାରେ ଶେଷକୃତ୍ୟ

Advertisment
ଦମ୍ପତିଙ୍କୁ ପିଟିପିଟି ହତ୍ୟା ଘଟଣା: ଭୟରେ ମା’ବାପାଙ୍କ ଶବ ଗାଁକୁ ନେଲା ନାହିଁ ପୁଅ, ପୁଲିସ୍‌ ସହାୟତାରେ ଶେଷକୃତ୍ୟ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଚିଟକାଲରେ ସୋମବାର ଏକ ଦମ୍ପତିଙ୍କୁ ଗାଁରେ ପିଟି ପିଟି ମାରିଦେବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଥମୁ ନାହିଁ। ମା’ ବାପାଙ୍କ ଶବ ଗାଁକୁ ନେବାକୁ ପୁଅ ଭୟ କରିବାରୁ ପୁଲିସ ସହାୟତାରେ ପାଟଣାଗଡ଼ ସ୍ବର୍ଗଦ୍ବାରରେ ମଙ୍ଗଳବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଗୁଣି ସନ୍ଦେହରେ ସୋମବାର ସ୍ପଷ୍ଟ ଦିବାଲୋକରେ ଚିଟକାମାଲ ସ୍କୁଲ ନିକଟରେ ଚିନ୍ତାମଣି ବରିହା ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀଙ୍କୁ ବାଡ଼ିରେ ପିଟି ପିଟି ମାରି ଦେଇଥିଲେ। ଅପରାହ୍‌ଣ ୪ଟାରେ ପୁଲିସ ଶବ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ଆଣିଥିଲା। ଏହି ଖବର ଜାଣିବା ପରେ ବଲାଙ୍ଗୀରରେ ଥିବା ଚିନ୍ତାମଣିଙ୍କ ପୁଅ ରମେଶ ଭୟଭୀତ ହୋଇ ପଡ଼ିଥିଲେ। ମଙ୍ଗଳବାର ସେ ସେ ଏସ୍‌ପିଙ୍କୁ ସାକ୍ଷାତ କରି ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଲରମ୍ଭା ପୁଲିସ ସୁରକ୍ଷାରେ ରମେଶ ବଲାଙ୍ଗୀରକୁ ଆଜି ଅପରାହ୍‌ଣ ୪ଟାରେ ପାଟଣାଗଡ଼ ଡାକ୍ତରଖାନାକୁ ପହଞ୍ଚି ମା’ବାପାଙ୍କ ଶବ ଦେଖିଥିଲେ। ଶବ ବ୍ୟବଚ୍ଛେଦ ପରେ ରମେଶଙ୍କୁ ମୃତ ଦେହ ଦ୍ବୟକୁ ହସ୍ତାନ୍ତର କରା ଯାଇଥିଲା। ତେବେ ସେ ମା’ ବାପାଙ୍କ ମୃତଦେହ ଗାଁକୁ ନେବାକୁ ଭୟ କରିବାରୁ ମଙ୍ଗଳବାର ରାତିରେ ପୁଲିସ ସହାୟତାରେ ପାଟଣାଗଡ଼ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ହୋଇଥିଲା। ଏହି ସମୟରେ ତାଙ୍କ ସମ୍ପର୍କୀୟ ଓ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe