ନାବାଳକକୁ ଅପହରଣ ପରେ ହତ୍ୟା, ଜଣେ ଗିରଫ

Advertisment
ନାବାଳକକୁ ଅପହରଣ ପରେ ହତ୍ୟା, ଜଣେ ଗିରଫ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହର ସିରଭଟାସ୍ଥିତ ନବମ ଶ୍ରେଣୀରେ ପଢୁଥିବା ଦିଲୀପ କୁମାରଙ୍କ ୧୩ ବର୍ଷର ପୁଅ ମୋହନ କୁମାର ଗତ ଶନିବାର ଦିନ ଘରୁ ଝାଙ୍କର ପଡାକୁ ଟ୍ୟୁସନ ପାଇଁ ଆସିଥିବା ବେଳେ ଆଉ ଘରକୁ ଫେରିନାହିଁ। ଘର ଲୋକେ ଖୋଜା ଖୋଜି କରିବା ପରେ ମୋହନର କୌଣସି ଖୋଜଖବର ନପାଇବା ପରେ ଟିଟିଲାଗଡ଼ ଥାନାରେ ଏକ ଏତଲା ଦେଇଥିଲେ। ବୁଧବାର ନିକଟସ୍ଥ ଜଙ୍ଗଲରୁ ବାଳକର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏହି ମାମଲାରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ମଧ୍ୟ ପୁଲିସ ଆଗରେ ଦୋଷ ସ୍ବୀକାର କରିଛି।
ପ୍ରକାଶ ଯେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମୋହନର ପରିବାରକୁ ପୁଅ ଅପହରଣ ହୋଇଥିବା ଏବଂ ୧୦ ଲକ୍ଷ ଟଙ୍କା ଦେଲେ ପୁଅକୁ ଛାଡ଼ିବା ନେଇ କେହି ଜଣେ ଫୋନ୍‌ କରିଥିବା ସହରରେ ଚର୍ଚ୍ଚା ହେଉଛି। ଅପହରଣକାରୀ ମୋହନକୁ  କଳାହାଣ୍ଡି ଜିଲ୍ଲା ଅଞ୍ଚଳକୁ ନେଇ ଯାଇଥଲା। ଅପହରଣ ହୋଇଥିବା ଘଟଣାକୁ ପୁଲିସ ସ୍ୱୀକାର କରୁଥିବା ବେଳେ ୧୦ ଲକ୍ଷ ଟଙ୍କା ଦାବି ଘଟଣାକୁ ଅସ୍ବୀକାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe