କକାଙ୍କ ଆକ୍ରମଣରେ ଚାଲିଗଲା ପୁତୁରାଙ୍କର ଜୀବନ

କକାଙ୍କ ଆକ୍ରମଣରେ ଚାଲିଗଲା ପୁତୁରାଙ୍କର ଜୀବନ

www.vimsar.ac.in

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଇଁନ୍ତଲା ଥାନା ଅନ୍ତର୍ଗତ ଅଏଁଲାସାରୀ ଗାଁରେ ସଂପର୍କୀୟ କକାର ଆକ୍ରମଣରେ ଗୁରୁତର ହୋଇପଡ଼ିଥିବା ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜମୁ ଖୁଟୁଲି(୫୦)।

ଗତକାଲି ବିଳମ୍ୱିତ ରାତିରେ କକା ବିଭୂତି ଷାଣ୍ଡ ଜମୁଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ପାଖପଡ଼ୋଶୀ ପ୍ରଥମେ ବଲାଙ୍ଗିରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରିଥିଲେ। ତେବେ ଜମୁ ଖୁଟୁଲିଙ୍କର ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ସେଠାରୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜମୁ ଖୁଟୁଲିଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe