ଦେଓଗାଁ/ସଇତଳା: ବଲାଙ୍ଗୀରରେ ପୁଣି ଥରେ ଅଲୋଡ଼ା ହୋଇଛି ଶିଶୁକନ୍ୟା। ଅଳିଆଗଦାରୁ ଉଦ୍ଧାର ହୋଇଛି ନବଜାତକ। ଉଦ୍ଧାର ହୋଇଥିବା ଶିଶୁକୁ ସଇତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଯାଉଥିବା ଜଣାପଡିଛି। ତେବେ କିଏ ଓ କାହିଁକି ଶିଶୁକନ୍ୟାକୁ ଅଲୋଡ଼ା କରି ଗାଁ ମୁଣ୍ଡ ଅଳିଆଗଦାକୁ ଫିଙ୍ଗି ଦେଲା ସେନେଇ ତଦନ୍ତ ଜାରି ରହିଛି।
ଆହୁରି ପଢ଼ନ୍ତୁ: Murder: ପାରିବାରିକ ବିବାଦରୁ ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ବାମୀ ଅଟକ
ସୂଚନା ମତେ ସଇଁତଳା ଥାନା ଅନ୍ତର୍ଗତ ବଡ଼ମାଳ ପୁଲିସ ଫାଣ୍ଡି ଅଧୀନରେ ଥିବା ଧରବଗଡ଼ ଗାଁର ଏକ ଅଳିଆଗଦା ନିକଟରେ ନବଜାତକ ଶିଶୁକନ୍ୟା ପଡ଼ିଥିବାର ଚର୍ଚ୍ଚା ହୋଇଥିଲା। ତେବେ ଏହାକୁ ନେଇ ଗାଁ ଲୋକ ରୁଣ୍ଡ ହୋଇ ଶିଶୁଟିକୁ ଉଦ୍ଧାର କରିଥିଲେ। ପରେ ଶିଶୁ ସୁରକ୍ଷା ୟୁନିଟ ଜରିଆରେ ସଇତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଉଥିବା ସୂଚନା ହସ୍ତଗତ ହୋଇଛି। ତେବେ ଏହି ଅପ୍ରୀତିକର ଘଟଣାକୁ ନେଇ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ।
ଆହୁରି ପଢ଼ନ୍ତୁ: Economics Survey Report: ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬: ଜିଡିପି ଅଭିବୃଦ୍ଧି ୭.୪% ହେବ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/29/aliajpg-2026-01-29-17-38-33.jpeg)