ଗାଁକୁ ରାସ୍ତା ନାହିଁ: ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହି ନେଲେ ଆମ୍ବୁଲାନ୍ସ କର୍ମଚାରୀ ଓ ପରିବାର ଲୋକେ

ଗାଁକୁ ରାସ୍ତା ନାହିଁ: ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହି ନେଲେ ଆମ୍ବୁଲାନ୍ସ କର୍ମଚାରୀ ଓ ପରିବାର ଲୋକେ

ବଲାଙ୍ଗୀର: ସରକାର ଗାଁ ଗାଁରେ ଗମନା ଗମନର ବିକାଶ କଥା କହୁଥିବା ବେଳେ ଆଜି ବି ଅନେକ ଗାଁ ଅଛି ଯେଉଁଠାରେ ରାସ୍ତା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ନ ଥିବାରୁ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଢୋଲମାନ୍ଦଲ ପଞ୍ଚାୟତ ବରିଆଳି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା।

ଗ୍ରାମରେ ରହୁଥିବା ମାଲବତୀ ମାଝୀଙ୍କୁ ଅଚାନକ ପ୍ରସବ ବେଦନା ହୋଇଥିଲା। ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ଆମ୍ବୁଲାନ୍ସ କର୍ମଚାରୀମାନେ ଗାଁ ରୁ ୧କିମି ଦୂରରେ ଅଟକି ଥିଲେ। ଗାଁକୁ ରାସ୍ତା ନ ଥିବା କାରଣରୁ ଆମ୍ବୁଲାନ୍ସ ଗାଡି ଗାଁ ଭିତରକୁ ଆସିପାରିନଥିଲା। କର୍ମଚାରୀ ଓ ପରିବାର ଲୋକେ ଷ୍ଟ୍ରେଚରରେ ଗର୍ଭବତୀ ମହିଳାଙ୍କୁ ୧ କିଲୋମିଟର ପର୍ଯ୍ୟନ୍ତ ବୋହି ଆଣିଥିଲେ। ପରେ ପ୍ରସୂତୀଙ୍କୁ କଣ୍ଟାବାଞ୍ଜି ଡ଼ାକ୍ତରଖାନା ଭର୍ତ୍ତି କରାଯାଇଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe