ବାଇକ୍‌ ଦୁର୍ଘଟଣାରେ ବୃଦ୍ଧ ମୃତ

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଆଦର୍ଶ ବିଦ୍ୟାଳୟ ନିକଟରେ ବାଇକ୍ ଭାରସାମ୍ୟ ହରାଇ ତଳେ ପଡ଼ିଯିବାରୁ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ବିରଞ୍ଚି ମେହେର (୬୨)।

accident

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଆଦର୍ଶ ବିଦ୍ୟାଳୟ ନିକଟରେ ବାଇକ୍ ଭାରସାମ୍ୟ ହରାଇ ତଳେ ପଡ଼ିଯିବାରୁ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ବିରଞ୍ଚି ମେହେର (୬୨)।

ସୂଚନା ଅନୁସାରେ ତୁରେକେଲା ଥାନା ଅନ୍ତର୍ଗତ ଡେବିରିଆମୁଣ୍ଡା  ଗ୍ରାମର ବିରଞ୍ଚି ଆଜି ପଟଣାଗଡ଼ ପଟୁ ବାଇକ୍ ମାଧ୍ୟମରେ ପୁଅଙ୍କ ସହିତ ଆସୁଥିଲେ। ଖପ୍ରାଖୋଲ ଆଦର୍ଶ ବିଦ୍ୟାଳୟ ନିକଟରେ ସେ ଦୁର୍ଘଟଣାର ସାମ୍ନା କରିଥିଲେ। ଅଗ୍ନିଶମ ବିଭାଗ ଖବର ପାଇ ତତ୍କାଳୀନ ଖପ୍ରାଖୋଲ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣି ଥିଲେ। ସେଠାରେ ବିରଞ୍ଚିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଅ ଉଦ୍ଧବ ମେହେର ସୁସ୍ଥ ଥିବା ଜଣାପଡିଛି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ୍ କରିବା ଥିବା ବେଳେ ପଞ୍ଚନାମା ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଛି। ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଏଏସ୍‌ଆଇ ଲିଙ୍ଗରାଜ କିଶନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe