ଶୌଚ ହେବାକୁ ଯାଇ ପାଣିରେ ଭାସିଗଲେ ବୃଦ୍ଧ

Advertisment
ଶୌଚ ହେବାକୁ ଯାଇ ପାଣିରେ ଭାସିଗଲେ ବୃଦ୍ଧ

ଦେଓଗାଁ: ଦେଓଗାଁ ଥାନା ଅନ୍ତର୍ଗତ ମହଳାଇ ପଞ୍ଚାୟତ ଅନ୍ତର୍ଗତ ନୂଆପଲି ଗାଁର  ଜନୈକ ବୃଦ୍ଧ ବିଲକୁ ଶୌଚ ହେବାକୁ ଯାଇ ପାଣି ରେ ଭାସି ଯାଇଥିବା ଜଣାପଡିଛି। ଲଘୁଚାପ ଜନିତି ବର୍ଷା ଯୋଗୁଁ ନୂଆପାଲି ସ୍ଥିତ କେଉଁଟି ଜୋରରେ ଅଧିକ ପାଣି ପ୍ରବାହିତ ହେଉଛି। କିନ୍ତୁ ଘାସିରାମ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ବିଲକୁ ଯାଉଥିବା ବେଳେ ଶୌଚ ହେବାକୁ ଜୋର ନିକଟକୁ ଯାଇଥିଲେ। ପାଣି କ୍ଷିପ୍ର ଗତିରେ ଆସୁଥିବାରୁ ସେ ଭାସି ଯାଇଥିବା ଅନୁମାନ କରାଯାଉଛି। ଏନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ଓଡ୍ରାଫ୍ଟ ଟିମ ମଟର ବୋଟ ସାହାଯ୍ୟ ଖୋଜୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe