ବଲାଙ୍ଗୀର: ସଦର ଥାନା ଅଞ୍ଚଳର ସେମେଲିଆ ଗ୍ରାମର ଚାଷୀ ସୁଶିଳ ସୁନା ବୁଧବାର ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ମରୁଡ଼ି ଓ ଚକଡ଼ା ପୋକ ଯୋଗୁଁ ଫସଲ ନଷ୍ଟ ହେବାରୁ ସୁଶିଳ ଗତ ନଭେମ୍ବର ୧୨ରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସେ ଋଣ କରି ଚାଷ କରିଥିବା ବେଳେ ସେଥିରୁ ୨ଏକର ଫସଲ ନଷ୍ଟ ହୋଇ ଯାଇଥିଲା। ପରିବାର ଲୋକେ ସୁଶିଳଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସଧୀନ ଅବସ୍ଥାରେ ବୁଧବାର ସୁଶିଳଙ୍କ ମୃତ୍ୟୁ ହୋଇଛି।
ବଲାଙ୍ଗୀର: ପୁଣି ଜୀବନ ହାରିଲେ ଜଣେ ଚାଷୀ
Advertisment
Follow Us