ପଦ୍ମପୁର ମଇଦାନରେ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢେଇ, ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟିଂ

Advertisment
ପଦ୍ମପୁର ମଇଦାନରେ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢେଇ, ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟିଂ

toppr.com

ପଦ୍ମପୁର: ପଦ୍ମପୁର ମଇଦାନରେ ଏବେ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ । ମୋଟ ୧୩ ଜଣ ନାମାଙ୍କନ କରିଥିବା ଯାଞ୍ଚବେଳେ ୨ ଜଣଙ୍କର ନାକଚ ହୋଇଥିଲା। ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଏବେ ମଇଦାନରେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି। ମତଦାନ ସମୟ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରହିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ ଲୋହାନୀ ଏହି ସୂଚନା ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ୮୦ ବର୍ଷରୁ ଉର୍ଦ୍ଧ୍ବ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଟାଲ ବ୍ୟାଲଟ ବ୍ୟବସ୍ଥା କରାଯାଇଛି । ପଦ୍ମପୁରରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ରହିଛନ୍ତି।

ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୭ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୭ ହଜାର ୫୬୫ ରହିଛି । ସମୁଦାୟ ୩୧୯ଟି ମତଦାନ କେନ୍ଦ୍ର ଥିବାବେଳେ କିଛି ମତଦାନ କେନ୍ଦ୍ରର ନା ପରିବର୍ତ୍ତନ ହୋଇଥିଲେ ବି ସ୍ଥାନ ସମାନ ରହିଛି। ଭୋଟର ଦ୍ବନ୍ଦରେ ନ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ଯେଉଁଠି ଭୋଟ ଦେଇଥିଲେ ସେହି ସ୍ଥାନରେ ଭୋଟର ଭୋଟ ଦେବେ । ୭୪ଟି ବୁଥ ମାଓପ୍ରଭାବିତ ଅଞ୍ଚଳରେ ରହିଛି। ୭୮ ଟି ସମ୍ବେଦନଶିଳ ବୁଥ ଚିହ୍ନଟ କରାଯାଇଛି। ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ। ଆଇନଶୃଙ୍ଖଳା ପାଇଁ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ୫୦ ପ୍ରତିଶତ ବୁଥ ରେ ହେବ ୱେବ କାଷ୍ଟିଙ୍ଗ। ୯୮ ଜଣ ମାଇକ୍ରୋ ଅଭଜରର୍ବର୍ ମୁତୟନ ହେବେ। ନିର୍ବାଚନ ପରିଚାଳନା ପାଇ ୩ ଜଣ ଅବଜରଭର ରହିବେ। ୨୮୪ ଜଣ ବ୍ୟାଲଟ ପାଇଁ ଆବେଦନ କରିଛନ୍ତି। ପୋଲିଂ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ସରିବା ପରେ ପ୍ରଥମ ପର୍ଯ୍ୟାୟ ତାଲିମ ଦିଆଯାଇଛି। ବେଆଇନ ଭାବେ ଲାଗିଥିବା ୨୦୫୮ ପୋଷ୍ଟର ବ୍ୟାନର କଢ଼ାଯାଇଛି। ଅବକାରୀ ବିଭାଗ ପକ୍ଷରୁ ୧୧୪ଟି ମାମଲା ରୁଜୁ କରାଯାଇଛି। ୭୪ ଜଣଙ୍କୁ ଗିରଫ କରାଯାଇଛି। ୬୦ ଲକ୍ଷ ଟଙ୍କାର ସମ୍ପତି ଜବତ କରାଯାଇଛି। ୯୮ ଜଣ ମାଇକ୍ରୋ ଅବଜରଭର ଓ ନିର୍ବାଚନ ପରିଚାଳନା ପାଇ ୩ ଜଣ ଅବଜରଭର ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe