କ୍ୱାକର ଭୁଲ ଇଞ୍ଜେକସନରେ ରୋଗୀର ମୃତ୍ୟୁ ଅଭିଯୋଗ

Advertisment
କ୍ୱାକର ଭୁଲ ଇଞ୍ଜେକସନରେ ରୋଗୀର ମୃତ୍ୟୁ ଅଭିଯୋଗ

କଣ୍ଟାବାଞ୍ଜି: କ୍ୱାକର ଭୁଲ ଇଞ୍ଜେକସନ ଯୋଗୁ ରୋଗୀର ମୃତ୍ୟୁ। ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚନାବାହାଲ ଗାଁରୁ। ମୃତ ବ୍ୟକ୍ତି ହେଲେ ଚନାବାହାଲ ଗାଁର ଶିବ ମହାନନ୍ଦ। ସୂଚନାଯୋଗ୍ୟ ଯେ ଆଜି ସକାଳୁ ନିଜ ଘରେ କାଠକୁ ଏକ ଟାଙ୍ଗିଆରେ ଦୁଇ ଫାଳ କରୁଥିବା ସମୟରେ ନିଜ ଗୋଡ଼ରେ ଟାଙ୍ଗିଆଟି ବାଜି ପ୍ରଚୁର ରକ୍ତ ବାହାରିଥିଲା। ଏହାପରେ ପରିବାର ଲୋକେ ଗାଁ ପାଖ ବାଗବାହାଲି ଗାଁର କ୍ୱାକ ପ୍ରମୋଦ କୁମାର ମହାକୁରଙ୍କୁ ଖବର ଦେଇଥିଲେ। ଘରକୁ ଆସି କ୍ୱାକ୍ ଏକ  ଇଞ୍ଜେକ୍ସନ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତୁରନ୍ତ ଅଚେତ ହୋଇଯାଇଥିଲେ ଶିବ ମହାନନ୍ଦ। ଆଉ କିଛି ସମୟ ପରେ ତାଙ୍କର ଘରେ ହିଁ ମୃତ୍ୟୁ ହୋଇଥିଲା।

ଶିବର ମୃତ୍ୟୁ ହେଲା ପରେ କ୍ୱାକ ଡାକ୍ତର ପ୍ରମୋଦ କୁମାର ମହାକୁର ଘରୁ ଫେରାର ମାରିଥିଲା। ପରିବାର ଲୋକେ ଶବକୁ କଣ୍ଟାବାଞ୍ଜି ହସ୍ପିଟାଲକୁ ଆଣିଥିଲେ।  କିନ୍ତୁ କାର୍ଯ୍ୟରତ ଡାକ୍ତର ଶିବ ମହାନନ୍ଦକୁ ମୃତ ଘୋଷଣା କରିଥିଲେ। ଭୁଲ ଇଞ୍ଜେକସନ ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ଘଟଣାସ୍ଥଳରେ କଣ୍ଟାବାଞ୍ଜି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ଅଞ୍ଚଳରେ ଦିନକୁ ଦିନ କ୍ୱାକମାନଙ୍କ ଏଭଳି ଅଭିଯୋଗ ଆସୁଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏଭଳି କ୍ୱାକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ପରିବାର ଓ ଅଞ୍ଚଳବାସୀ। ସେପଟେ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe