ମୁରିବାହାଲ: ମୁରିବାହାଲ ବ୍ଲକ ଚଲକୀ ଗ୍ରାମର ବଳବନ୍ତ ପ୍ରଧାନୀ (୫୫)ଙ୍କର ମଙ୍ଗଳବାର ଅପରାହ୍ଣରେ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବଲବନ୍ତ ଚଲକୀ ପଞ୍ଚାୟତର ଏକ ଗ୍ରାମରେ ଅନୁଷ୍ଠିତ ଭୋଜିରେ ଯୋଗ ଦେଇ ଖାଇପିଇ ଫେରୁଥିବା ବେଳେ ଟଳି ପଡ଼ିଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ପାଇଛି। ବଳବନ୍ତଙ୍କ ଘରେ କେବଳ ତାଙ୍କର ସ୍ତ୍ରୀ ଥିବା ବେଳେ ଏକ ମାତ୍ର ପୁତ୍ର ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଯାଇଛନ୍ତି। ତାଙ୍କ ମୃତ୍ୟୁ ପରେ ତାଙ୍କର ଶବ ବ୍ୟବଚ୍ଛେଦ କରା ନ ଯାଇ ସମ୍ପର୍କୀୟମାନେ ତରବରିଆ ଭାବେ ନଦୀ କୂଳକୁ ନେଇ ପୋଡ଼ି ଦିଆଯାଇଥିବା ଜଣାପଡ଼ିଛି।
ଭୋଜି ଖାଇ ଫେରିବା ବେଳେ ଟଳିପଡ଼ିଲେ
Advertisment
Follow Us