ପୁଲିସର ତନାଘନା, ଦୋକାନୀଙ୍କ ସହ ବିଧାୟକଙ୍କ ଆଲୋଚନା

Advertisment

ଗୋପାଳଜୀ ମନ୍ଦିର ରୋଡ୍‌ ଦୋକାନୀଙ୍କୁ ଆକ୍ରମଣ ମାମଲା

ଗୋପାଳଜୀ ମନ୍ଦିର ରୋଡ୍‌ ଦୋକାନୀଙ୍କୁ ଆକ୍ରମଣ ମାମଲା

ପୁଲିସର ତନାଘନା, ଦୋକାନୀଙ୍କ ସହ ବିଧାୟକଙ୍କ ଆଲୋଚନା

ବଲାଙ୍ଗୀର: ବୁଧବାର ରାତିରେ ବଲାଙ୍ଗୀର ଗୋପାଳଜୀ ମନ୍ଦିର ରୋଡ୍‌ରେ ଥିବା ଅଶୋକ ଇଲେକ୍ଟିକାଲ୍ସ ଦୋକାନରେ ପଶି କିଛି ଯୁବକ ଭଙ୍ଗାରୁଜା କରିବା ସହ ପ୍ରକାଶ ସାହୁ ଓ ବିକାଶ ସାହୁଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ। ଆହତ ଦୁଇ ଜଣଙ୍କୁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ସେମାନେ ଆସି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାରେ ଟାଉନ୍‌ ପୁଲିସ ଆହତଙ୍କ ସୂଚନା ଅନୁସାରେ କେତେଜଣଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲେ।

ତେବେ ବୁଧୁବାର ରାତିରେ ହାତୀଶାଳପଡ଼ାର ଶିବା ସୁନା ଓ ଶୁଭମ ସୁନା ଜଣେ ଯୁବକଙ୍କୁ ଆକ୍ରମଣ କରୁଥିବା ବେଳେ ପ୍ରକାଶ ସେମାନଙ୍କୁ ବାରଣ କରିଥିଲେ। ଏହାପରେ ଯୁବକମାନେ ଦେଖି ନେବେ ବୋଲି ଚେତାବନୀ ଦେବା ସହ କିଛି ସହଯୋଗୀଙ୍କୁ ଡକାଇଥିଲେ। ବିଭିନ୍ନ ମାରଣାସ୍ତ୍ର ଧରି ଯୁବକମାନେ ଦୋକାନରେ ପହଞ୍ଚି ପ୍ରକାଶ ଓ ବିକାଶକୁ ଆକ୍ରମଣ କରିଥିବା ଜଣାପଡିଥିଲା। ଟାଉନ୍‌ ପୁଲିସ ମାମଲାର ତଦନ୍ତ ଚଳାଇବା ସହ ଏହି ମାମଲାରେ ସଂପୃକ୍ତ ଯୁବକଙ୍କୁ ଧରିବାକୁ ତନାଘନା ଚଳାଇଛି। ଅନ୍ୟପଟେ ରାଜ୍ୟ ବିରୋଧୀ ଦଳ ନେତା ତଥା ସଦର ବିଧାୟକ ନରସିଂହ ମିଶ୍ର ଗୁରୁବାର ଗୋପାଳଜୀ ମନ୍ଦିର ଅଞ୍ଚଳକୁ ଯାଇ ସେଠାକାର ଦୋକାନୀଙ୍କ ସମସ୍ୟା ପଚାରି ବୁଝିବା ସହ ଘଟଣା ସଂପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe