ବଲାଙ୍ଗୀର କାରାଗାରରେ ପୁଲିସର ବଡ଼ ଧରଣର ଚଢ଼ଉ, ମାଦକ ଦ୍ରବ୍ୟ ଜବତ

ବଲାଙ୍ଗୀର କାରାଗାରରେ ପୁଲିସର ବଡ଼ ଧରଣର ଚଢ଼ଉ, ମାଦକ ଦ୍ରବ୍ୟ ଜବତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କାରାଗାରରେ ବଡ଼ ଧରଣର ଚଢ଼ଉ। ଜେଲ ଭିତରେ ବନ୍ଦୀମାନେ ଗ୍ୟାଙ୍ଗୱାର କରୁଥିବା ଓ ବିଭିନ୍ନ ଅପରାଧ ପାଇଁ ଯୋଜନା କରୁଥିବା ନେଇ ଗତକାଲି ଖବର ପ୍ରସାରଣ କରାଯାଇଥିଲା। ଯାହାର ପ୍ରଭାବରେ ଆଜି ବଲାଙ୍ଗୀର ଏସ. ପି ଋଷିକେଶ ଖିଲାରୀଙ୍କ ନେତୃତ୍ୱରେ ଜେଲ ଭିତରେ ବଡ଼ ଧରଣର ଚଢ଼ଉ କରାଯାଇଥିଲା।

ମାଜିଷ୍ଟେଟଙ୍କ ଉପସ୍ଥିତିରେ ଏହି ଚଢ଼ଉ କରାଯାଇଥିଲା। ଜେଲ ଭିତରୁ ଅନେକ ମାଦକ ଦ୍ରବ୍ୟ ଜବତ କରିଛି ପୁଲିସ। ଜେଲ ଭିତରକୁ ନିଶାଦ୍ରବ୍ୟ ଯିବା ଘଟଣାରେ କିଛି ଜେଲ କର୍ମଚାରୀ ସାମିଲ ଥିବା ପ୍ରତିକ୍ରିୟା ରଖି କହିଛନ୍ତି ଜେଲ ଅଧୀକ୍ଷକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe