ଟିଟିଲାଗଡ଼: ଶୁକ୍ରବାର ସଂଧ୍ୟାରେ ଟିଟିଲାଗଡ଼ ତୁର୍ଲା ସ୍ଥିତ ପାଓମେକ୍ସ ଷ୍ଟିଲ କାରଖାନା ନିକଟ ଦେଇ ଯାଇଥିବା ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି। ଏଥିରେ ବାଇକ୍ରେ ଥିବା ରାମଲାଲ ମାଝୀ, ସୁବଳ ମାଝୀ ଓ କୃପା ମାଝୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ରାମଲାଲ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ପ୍ରଥମେ ଟିଟିଲାଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ୩ ଜଣ କଳାହାଣ୍ଡି ଜିଲ୍ଲାର କେସିଙ୍ଗାରୁ ଟିଟିଲାଗଡ଼ ଥାନା ସିହିନି ଗାଁକୁ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ। ସେମାନେ ପାଓମେକ୍ସ ଦେଇ ଟିଟିଲାଗଡ଼ ଫେରୁଥିଲେ। ଏହି ସମୟରେ ବାଇକ୍ର ଚକ ଏକ ଗାତରେ ପଡ଼ିଯାଇଥିଲା। ଫଳରେ ବାଇକ୍ଟି ଭାରସାଭ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର, ୨ ଆହତ
Advertisment
Follow Us