ଦିନ ଦ୍ୱିପହରରେ ଡକାୟତି : ବ୍ୟବସାୟୀଙ୍କୁ ମାଡ଼ ମାରି ୩୦ ହଜାର ଟଙ୍କା ଲୁଟ୍‌

Advertisment
ଦିନ ଦ୍ୱିପହରରେ ଡକାୟତି : ବ୍ୟବସାୟୀଙ୍କୁ ମାଡ଼ ମାରି ୩୦ ହଜାର ଟଙ୍କା ଲୁଟ୍‌

ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା- ଭାଲୁମୁଣ୍ଡା ରାସ୍ତାର ଗନ୍ଧରାବନ୍ଧ ଗ୍ରାମ ପାଖ ମୋଡ଼ାଣି ଠାରେ ଗୁରୁବାର ଦିନ ଦ୍ୱିପହରରେ ମାଡ଼ ମାରି ଅଙ୍କିତ ଜୈନ ନାମକ ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍‌ ହୋଇଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ଦିନ ସାଢ଼େ ୧୨ଟାରେ କଣ୍ଟାବାଞ୍ଜିର ଷ୍ଟେସନାରୀ ବ୍ୟବସାୟୀ ଅଙ୍କିତ ରାଜଖରିଆରରୁ ନିଜର ବ୍ୟବସାୟ ସାରି ବାଇକ୍‌ରେ ଫେରୁଥିଲେ। ଗନ୍ଧରାବନ୍ଧ ଗାଁ ପାଖ ଗଡ଼ାଣିଠାରେ ହଠାତ ପଛପଟୁ ଗୋଟିଏ ବାଇକରେ ତିନିଜଣ ବ୍ୟକ୍ତି ଆସି ତାଙ୍କ ବାଇକକୁ ଧକ୍କା ଦେଇଥିଲେ ଏବଂ ବ୍ୟାଗ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ଅଙ୍କିତ ବ୍ୟାଗ ନଛାଡ଼ିବାରୁ ସେମାନଙ୍କ ମଧ୍ୟରୁ ଜଣେ ରିଭଲଭର ବାହାର କରି ଫାୟାର କର ବୋଲି କହିଥିଲା।

ଅଙ୍କିତ ଭୟରେ ବ୍ୟାଗ ଛାଡ଼ି ଦେଇଥିଲେ। ଏହା ପରେ ତାଙ୍କ ପକେଟରୁ ମନିପର୍ସ ଏବଂ ଗାଡ଼ିର ଚାବି ଛଡ଼ାଇ ନେଇ ଫେରାର ହୋଇ ଯାଇଥିଲେ। ରାସ୍ତାରେ ଆସୁଥିବା ଅନ୍ୟ ଆରୋହୀଙ୍କ ସହାୟତାରେ ଥାନାକୁ ଆସି ପୁଲିସରେ ଅଭିଯୋଗ କରିଥିଲେ। ଗାଡ଼ି ଚାବି ନେଇଥିଲେ ସୁଦ୍ଧା ଲୁଟେରାମାନେ ବାଇକକୁ ଛାଡ଼ି ଦେଇଥିଲେ। ଅଭିଯୋଗ ଅନୁସାରେ, ବ୍ୟାଗରେ ୩୦ ହଜାର ଟଙ୍କା ଥିବା ବେଳେ ମନିପର୍ସରେ ଆହୁରି ୧୦ ହଜାର ଟଙ୍କା ଥିଲା ଏବଂ ଗାଡ଼ିର ଆରସି ବୁକ ଏବଂ ଡିଏଲ ରହିଥିଲା। ଏନେଇ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ଭାନୁପ୍ରକାଶ ୟାଦବ ଘଟଣାସ୍ଥଳକୁ ପହଞ୍ଚି ପାରିପାର୍ଶ୍ୱିକ ଅବସ୍ଥିତି ପରଖି ଅଧିକ ତଦନ୍ତ ଜାରି ରଖିଛନ୍ତି। ଏହା ପୂର୍ବରୁ ଅଞ୍ଚଳର ଚିତ୍ରାମୁଣ୍ଡା ଠାରେ, ପୁଞ୍ଜିପଥର ଠାରେ ଏବଂ ଭାଲୁମୁଣ୍ଡା ରାସ୍ତାରେ ଏପରି ଘଟଣା ବାରମ୍ବାର ଘଟି ଆସୁଛି। ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଜନସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe