ଟିଟିଲାଗଡ଼ ଆର୍‌ପିଏଫ୍‌ ଇନ୍ସପେକ୍ଟର ନିଲମ୍ବିତ

Advertisment
ଟିଟିଲାଗଡ଼ ଆର୍‌ପିଏଫ୍‌ ଇନ୍ସପେକ୍ଟର ନିଲମ୍ବିତ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେଳ ସୁରକ୍ଷା ବଳ (ଆରପିଏଫ୍) ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ପ୍ରକାଶ ଯେ, ତିନି ଚାରି ଦିନ ପୂର୍ବରୁ ଜଣେ ଆର୍‌ପିଏଫ୍‌ କର୍ମଚାରୀ ନର୍ଲା ରେଳ ଷ୍ଟେସନରେ ଜଣେ ଅସାଧୁ ବ୍ୟକ୍ତିଙ୍କଠାରୁ ଟଙ୍କା ନେଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଘଟଣାକୁ ଗୁରୁତ୍ବ ଦେଇନଥିବା ସହ ଇନ୍ସପେକ୍ଟର ଶ୍ରୀ ମିଶ୍ର କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଫଳରେ ସମ୍ବଲପୁର ମଣ୍ଡଳ ସୁରକ୍ଷା ଆୟୋଗ କାର୍ଯ୍ୟରେ ଅବହେଳା ନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଶ୍ରୀ ମିଶ୍ରଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି। ଅନ୍ୟପଟେ ଟଙ୍କା କାରବାରରେ ସଂପୃକ୍ତ କର୍ମଚାରୀଙ୍କୁ ବିଶାଖାପାଟଣା ବଦଳି କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe