ବିଦ୍ୟୁତ୍‌ ଆଘାତରେ ଚା’ ବିକାଳିଙ୍କ ମୃତ୍ୟୁ

Advertisment

କ୍ଷତିପୂରଣ ଦାବିରେ ଗାନ୍ଧୀନଗର ପଡ଼ାରେ ରାସ୍ତାରୋକ

କ୍ଷତିପୂରଣ ଦାବିରେ ଗାନ୍ଧୀନଗର ପଡ଼ାରେ ରାସ୍ତାରୋକ

ବିଦ୍ୟୁତ୍‌ ଆଘାତରେ ଚା’ ବିକାଳିଙ୍କ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିସରରେ ଚାଁ ଦୋକାନ କରି ପରିବାର ଚଳାଉଥିବା ଶଙ୍କର୍ଷଣ ଯୋଶୀଙ୍କର ସୋମବାର ସକାଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁକୁ ନେଇ ଗାନ୍ଧୀନଗର ପଡ଼ା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ରାସ୍ତା ଅବରୋଧ ହୋଇଥିଲା। କ୍ଷତିପୂରଣ ଓ ଆର୍ଥିକ ସହାୟତା ଘୋଷଣା ପରେ ଅବରୋଧ ହଟିଥିଲା।
ଗଲା କିଛି ମାସ ହେଲା ଗାନ୍ଧୀନଗର ପଡ଼ା ଅଞ୍ଚଳର ଶଙ୍କର୍ଷଣ(୪୫) ମୁଖ୍ୟ ଡାକ୍ତରଖାନା ପରିସରରେ ଚା’ ବିକ୍ରି କରୁଥିଲେ। ସୋମବାର ସକାଳ ସାଢେ ୫ଟା ବେଳେ ସେ ନିଜର ଠେଲା ଗାଡି ଧରି ମୁଖ୍ୟ ଡାକ୍ତରଖାନାକୁ ଆସୁଥିଲେ। ମୁଖ୍ୟ ଗେଟ୍‌ରୁ ୨୦ ମିଟର ଦୂରରେ ଥିବା ହମ୍ପ୍‌ସରେ ପାଣି ଟାଙ୍କିଟି ଗଡି ଯାଇଥିଲା। ତଳେ ପଡିଯାଇଥିବା ପାଣି ଟାଙ୍କିକୁ ଉଠାଉଥିବା ବେଳେ ନିକଟରେ ଥିବା ଟ୍ରାନ୍ସଫରମର୍‌ର ବିଦ୍ୟୁତ ସଂଯୋଗରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏସଂପର୍କରେ ସୂଚନା ପାଇ ପରିବାର ଲୋକେ ଓ ଶ୍ରମିକନେତା ଲଳିତ ନାୟକ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଲୋଟସ ଷଡଙ୍ଗୀ ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ ଶଙ୍କର୍ଷଣଙ୍କ ଶବକୁ ସେଠାରୁ କଢାଯାଇଥିଲା।

ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ପୌରପାଳିକା ଓ ବିଭିନ୍ନ ସୂତ୍ରରୁ ଶ୍ରୀ ଷଡଙ୍ଗୀ ୧୦ ହଜାର ଟଙ୍କା ସଂଗ୍ରହ କରି ପରିବାର ଲୋକଙ୍କୁ ଦେଇଥିଲେ। ଏଥିସହିତ ବିଦ୍ୟୁତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ଶ୍ରମିକ ନେତା ଶ୍ରୀ ନାୟକ ଆଲୋଚନା କରି ମୃତକକୁ କିଭଳି କ୍ଷତିପୂରଣ ଦିଆଯିବ ସେ ନେଇ ଆଲୋଚନା କରିଥିଲେ। ଏହାପରେ ବିଦ୍ୟୁତ ବିଭାଗ ପକ୍ଷରୁ ୫୦ହଜାର ଟଙ୍କାର କ୍ଷତିପୂରଣ ଦିଆଯିବା ନେଇ ସହମତି ପ୍ରକାଶ କରିଥିଲେ। ଟାଉନ୍‌ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ଦେଇଥିଲା। ତେବେ ଅଧିକ କ୍ଷତିପୂରଣ ଦାବିରେ ଗାନ୍ଧୀନଗର ପଡ଼ାରେ ପଙ୍କଜିନୀ ପଣ୍ଡା, ହିତେଶ ସାହୁଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରାଯାଇଥିଲା। ଟାଉନ୍‌ ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ। ପରେ ପରେ ଶ୍ରମିକ ନେତା ଶ୍ରୀ ନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ଶ୍ରୀ ଷଡଙ୍ଗୀ ପହଞ୍ଚିଥିଲେ। ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କ ସହ ଆଲେଚନା କରାଯିବା ପରେ ଅତିରିକ୍ତ ୨୦ ହଜାର ଟଙ୍କା ରେଡକ୍ରସରୁ ଦିଆଯିବ ବୋଲି ସ୍ପଷ୍ଟ କରାଯାଇଥିଲା। ପରବର୍ତ୍ତୀ ସମୟରେ ସ୍ୱର୍ଗତ ଯୋଶୀଙ୍କ ପାଇଁ ଆଉ କିଭଳି ସରକାରୀ ସହାୟତା କରାଯାଇପାରିବ, ତାହା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe