କରୋନା ସମୟରେ ଲାଞ୍ଚ ନେବା ଅଭିଯୋଗ ଘଟଣା: ପାଟଣାଗଡ଼ ଏସଡିଏମଓଙ୍କୁ କାରଣ ଦର୍ଶାଅ ନୋଟିସ

Advertisment
କରୋନା ସମୟରେ ଲାଞ୍ଚ ନେବା ଅଭିଯୋଗ ଘଟଣା: ପାଟଣାଗଡ଼ ଏସଡିଏମଓଙ୍କୁ କାରଣ ଦର୍ଶାଅ ନୋଟିସ
ପାଟଣାଗଡ଼: ବର୍ତ୍ତମାନ ସମୟରେ କରୋନାର ଦ୍ବିତୀୟ ଲହର ତାର ତାଣ୍ଡବ ରଚୁଥିବ ବେଳେ ବହୁ ଲୋକେ ଆର୍ଥିକ ଅନାଟନ ତଥା ମାନସିକ ଭାବେ ଦୁର୍ବଳ ହୋଇପଡିଥିବା ନଜିର ରହୁଛି। ଏଭଳି ସମୟରେ ଲୋକଙ୍କ ଠାରୁ ଲାଞ୍ଚ ନେଉଥିବା ଭିଡିଓ ଦୁଇଟି ଭାଇରାଲ୍ ହୋଇଥିଲା। ଏହାକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ସିଡିଏମଓ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି।
କିଛି ଦିନ ତଳେ ସ୍ବାସ୍ଥ୍ଯ ବିଭାଗ କର୍ମଚାରୀମାନେ କରୋନା ମହାମାରୀ ତାର ତାଣ୍ଡବ ରଚୁଥିବା ବେଳେ ଲୋକ ମାନଙ୍କ ଠାରୁ ଟଙ୍କା ଲାଞ୍ଚ ମାଗୁଥିବା ଦୁଇଟି ଭିଡିଓ ଭାଇରାଲ୍ ହୋଇଥିଲା। ଏ ନେଇ ଗଣ ମାଧ୍ୟମରେ ପ୍ରକାଶିତ ମଧ୍ୟ ହୋଇଥିଲା। ଉକ୍ତ ଭିଡିଓ ଦ୍ବୟ ମଧ୍ୟରୁ ଗୋଟିକରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ କାମ କରୁଥିବା ସଚିକାନ୍ତ ମିଶ୍ର ଜଣେ ରୋଗୀଙ୍କୁ ଲାଞ୍ଚ ମାଗୁଥିବା ଜଣା ପଡୁଥିବା ବେଳେ ଅନ୍ୟ ଏକ ଭିଡିଓରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାର ଚିକିତ୍ସାଧିକାରୀ ତଥା ଏସଡିଏମଓ ଡା ବାଚସ୍ପତି ଦାଶ ଖୋଦ ନିଜେ ସ୍ତ୍ରୀ ଓ ପ୍ରସୁତି ବିଭାଗରେ ଜଣେ ରୋଗୀଙ୍କ ପରିବାରବର୍ଗଙ୍କ ଠାରୁ ଲାଞ୍ଚ ନେଫଥିବା ଏବଂ ସେହି ଭିଡିଓରେ ଲାଞ୍ଚ ନେଉଥିବା ବେଳେ ରୋଗୀଙ୍କ ପରିବାରବର୍ଗ/ସମ୍ପର୍କୀୟ ଙ୍କୁ କେତେ ଅଛି, ୨୦ ହଜାର ଦିଅ ବୋଲି ଦାବୀ କରୁଥିବା ବେଳେ ଦିଦି/ନର୍ସ ମାନଙ୍କ ପାଇଁ ଅଲଗା ଦେବା ପାଇଁ କହୁଥିବା ଉକ୍ତ ଭାଇରାଲ ଭିଡିଓରୁ ଜଣା ପଡିଥିଲା।
ଏ ନେଇ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ପରେ ଏ ସମ୍ପର୍କରେ ବଲାଙ୍ଗୀର ସିଡିଏମଓ ଡା ଭୀମ ସାହୁ ପଦକ୍ଷେପ ନେଇଥିବା ଜଣାପଡିଛି। ଉଭୟ ଘଟଣାରେ ପଦକ୍ଷେପ ନେବାକୁ ଯାଇ ପାଟଣାଗଡ଼ ଏସଡିଏମଓ ଡା ବାଚସ୍ପତି ଦାଶଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ସହ ତାଙ୍କୁ ବଲାଙ୍ଗୀରକୁ ଡେପ୍ୟୁଟେସନରେ ନିଆ ଯାଇଥିବା ଜଣାପଡିଛି। ଏହା ସହିତ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ କାମ କରୁଥିବା ସଚିକାନ୍ତ ମିଶ୍ର ନାମକ ଏକ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe