ଡାକ୍ତରଖାନାର ପରିତ୍ୟକ୍ତ କୋଠାରୀରୁ ୩ କଙ୍କାଳ ଠାବ, ପୁଲିସିର ତଦନ୍ତ ଜାରି

ବଲାଙ୍ଗୀର ଜିଲ୍ଲାପାଟଣାଗଡ଼ ଥାନା ଭଇଁଷା ଗ୍ରାମରେ ଡାକ୍ତରଖାନାର ଏକ ପରିତ୍ୟକ୍ତ କୋଠରୀରୁ ୩ କଙ୍କାଳ ଠାବ ହୋଇଥିବା ବେଳେ ପୁଲିସ, ସାଇଣ୍ଟିଫିକ ଟିମ ତଦନ୍ତ କରି ଫେରି ଯାଇଥିବା ଜଣାପଡ଼ିଛି।

Dead

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାପାଟଣାଗଡ଼ ଥାନା ଭଇଁଷା ଗ୍ରାମରେ ଡାକ୍ତରଖାନାର ଏକ ପରିତ୍ୟକ୍ତ କୋଠରୀରୁ ୩ କଙ୍କାଳ ଠାବ ହୋଇଥିବା ବେଳେ ପୁଲିସ, ସାଇଣ୍ଟିଫିକ ଟିମ ତଦନ୍ତ କରି ଫେରି ଯାଇଥିବା ଜଣାପଡ଼ିଛି।

ଭଇଁଷା ଗ୍ରାମରେ ଥିବା ପୁରୁଣା ଡାକ୍ତରଖାନାର ଏକ କୋଠରୀ ଭିତରୁ ୩ ଗୋଟି କଙ୍କାଳ ଠାବ ହୋଇଥିବା ଘଟଣା ଅଞ୍ଚଳରେ ଚହଳ ସ୍ରୁଷ୍ଟି କରିଛି। ସକାଳୁ ଏହା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଠାବ କରିଥିବା ଜଣାପଡ଼ିଛି।

ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍ ପହଞ୍ଚି କଙ୍କାଳର ନମୁନା ସଂଗ୍ରହ କରି ନେଇଥିବା ଜଣାପଡ଼ିଛି। ତେବେ ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣା ସ୍ଥଳରେ  ଗାଁ  ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। 

ପ୍ରକାଶ ଥାଉ କି ଉକ୍ତ ପରିତ୍ୟକ୍ତ କୋଠରୀରେ ପୂର୍ବରୁ ଭଇଁଷା ଡାକ୍ତରଖାନା ପରିଚାଳିତ ହେଉଥିଲଶ। ସେଠାରେ ଚିକିତ୍ସା କରା ଯାଉଥିବା ବେଳେ ବର୍ତ୍ତମାନ ବର୍ଷେ ହେବ ନୂଆ କୋଠାକୁ  ଭଇଁଷା ଡାକ୍ତରଖାନା ସ୍ଥାନାନ୍ତରିତ ହୋଇଛି। ଜବତ ହୋଇଥିବା ୩ କଙ୍କାଳ କାହାର, କିପରି ସେଠାକୁ କଙ୍କାଳ ଆସିଲା ସେ ନେଇ ଉଚିତ ତଦନ୍ତ କରିବା ନେଇ ଅଞ୍ଚଳ ବାସୀ ଦାବି କରିଛନ୍ତି। 

Balangir 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe