ଧୋକା ଦେଲା ପ୍ରେମିକ, ଆତ୍ମହତ୍ୟା କଲେ ବିବାହିତା!

Advertisment
ଧୋକା ଦେଲା ପ୍ରେମିକ, ଆତ୍ମହତ୍ୟା କଲେ ବିବାହିତା!

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ସୁଦପଡ଼ା ସଖୀ ସେଣ୍ଟରରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ସ୍ଥିତିରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତ ମହିଳାଙ୍କ ନାମ ଆରତୀ ରାଉତ ଏବଂ ସେ ବିବାହିତା। ସେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଅଞ୍ଚଳର ବୋଲି ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଆରତୀ ସ୍ୱାମୀଙ୍କ ସହ ବଲାଙ୍ଗୀର ପରିବା ବିକି ଖୁସିରେ ରହୁଥିଲେ। ହେଲେ ଇଲେକ୍ଟ୍ରି କାମ କରୁଥିବା ଟିକରାପଡ଼ାର ଅନୀଲ ନାୟକଙ୍କ ସହ ଘଟଣାକ୍ରମେ ପ୍ରେମରେ ପଡ଼ିଥିଲେ। ଏକଥା ଜାଣି ପାରି ଆରତୀଙ୍କ ସ୍ୱାମୀ ତାଙ୍କୁ ବହୁତ ବୁଝାଇଥିଲେ। କିନ୍ତୁ ପ୍ରେମରେ ଉବୁଟୁବୁ ହେଉଥିବା ଆରତୀ ସ୍ୱାମୀଙ୍କୁ ଛାଡ଼ି ଅନୀଲଙ୍କ ସହ ଘର ଛାଡ଼ି ଚାଲି ଆସିଥିଲେ। ଦୁହେଁ ସୋନପୁର ଜିଲ୍ଲାରେ ତିନିମାସ ଏକାଠି ଘର ଭଡ଼ା ନେଇ ରହିଥିଲେ। ସେହି ସମୟରେ ଆରତୀ ବାହା ହେବା ପାଇଁ ଅନୀଲଙ୍କ ଉପରେ ଚାପ ପକାଇଲେ।publive-imageହେଲେ ସେ ବିବାହିତା ହୋଇଥିବାରୁ ଆରତୀଙ୍କୁ ବିବାହ କରିବା ସମ୍ଭବ ନୁହେଁ ବୋଲି କହିଥିଲେ। ଏହାପରେ ବାଧ୍ୟ ହୋଇ ପୀଡ଼ିତା ଆରତୀ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ।  ପୁଲିସ୍ ଅନୀଲ ନାୟକଙ୍କୁ ଗିରଫ କରିଥିଲା। ତା’ପରେ ଆରତୀଙ୍କୁ ସୁଦପଡ଼ା ସଖୀ ସେଣ୍ଟରରେ ରଖାଯାଇଥିଲା ସେଠାରେ ଗତକାଲି ରାତିରେ ଆରତୀ ଆତ୍ମହତ୍ୟା କରିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe