ଦେଓଗାଁ: ବଲାଙ୍ଗୀରଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲିି ପଞ୍ଚାୟତର ବଡ଼ ଦୁଙ୍ଗୁରୀପାଲି ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକ ଗତ ସୋମବାର ଦିନ ସ୍କୁଲ୍ ପରିସରରେ ଅସଦାଚରଣ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି

Advertisment

ପ୍ରଧାନ ଶିକ୍ଷୟିତ୍ରୀ ରଫାଦଫା କରି ଘଟଣାକୁ ଚାପି ଦେଇଥିବା ଚର୍ଚ୍ଚାର ବିଷୟ

ତେବେ ଛାତ୍ରୀଙ୍କ ପରିବାର ଲୋକଲଜ୍ଜାରୁ ଚୁପ୍ ରହିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଏନେଇ ସ୍କୁଲ୍ ଭିତରେ ରଫାଦଫା କରି ଘଟଣାକୁ ଚାପି ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି

ବେଟି ବଚାଓ ବେଟି ପଢ଼ାଓ ଯୋଜନାକୁ ଜୋର ଦେଇଛନ୍ତି ସରକାରହେଲେ ଶିକ୍ଷା ମନ୍ଦିର ଭଳି ପବିତ୍ରସ୍ଥାନରେ ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଛି କଳଙ୍କର ଛିଟାଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ

Loot Gold 7 lakhs Cash ସ୍ୱାମୀ ଓ ସ୍ତ୍ରୀଙ୍କ ହାତଗୋଡ଼ ବାନ୍ଧି ଦୁର୍ବୃତ୍ତ ଲୁଟିନେଲେ ୧୫ ଭରି ସୁନା ଅଳଙ୍କାର ଓ ୭ ଲକ୍ଷ ଟଙ୍କା

ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲିି ପଞ୍ଚାୟତର ବଡ଼ ଦୁଙ୍ଗୁରୀପାଲି ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଜଣେ ଶିକ୍ଷକ ଗତ ସୋମବାର ଦିନ ସ୍କୁଲ୍ ପରିସରରେ ଅସଦାଚରଣ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛିତେବେ ଛାତ୍ରୀଙ୍କ ପରିବାର ଲୋକଲଜ୍ଜାରୁ ଚୁପ୍ ରହିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଏନେଇ ସ୍କୁଲ୍ ଭିତରେ ରଫାଦଫା କରି ଘଟଣାକୁ ଚାପି ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛିତେବେ ଏହି ଘଟଣାକୁ ନେଇ ଦେଓଗାଁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛିଏପରିକି ସମ୍ପୃକ୍ତ ଶିକ୍ଷକ ଜଣଙ୍କୁ ଲୋକେ ନିର୍ଦ୍ଧୁମ ଛେଚିଥିବାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି