ରାୟଗଡ଼ା: ମଙ୍ଗଳ ବିଭାଗ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଛାତ୍ରୀ ଜଣଙ୍କ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗୀତା ମାଝୀ । ଗତ ରାତିରେ ହଠାତ ଗୀତାଙ୍କର ଦେହ ଅସୁସ୍ଥ ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଆମ୍ବଦଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପ୍ରଧାନଶିକ୍ଷକ ଅସୁସ୍ଥ ଥିବା ବେଳେ ଗୀତାଙ୍କୁ ମେଡିକାଲ ଆଣିଥିବା କହୁଥିବା ବେଳେ ମେଡିକାଲରେ ଭର୍ତି କରିବା ପୂର୍ବରୁ ଗୀତାର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି ।
ପ୍ରଧାନଶିକ୍ଷକଙ୍କ ବିରୋଧରେ ଅନିୟମତିତା ଏବଂ ବହୁ ଅଭିଯୋଗ
ମୃତ ଗୀତାଙ୍କ ଘର ଅମ୍ବାଦଳା ଥାନା ଅନ୍ତର୍ଗତ କନ୍ଧ ବାଲିଯୋଡି । କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କର ମୃତ୍ୟୁ ଘଟିଲା ସନ୍ଦେହ ଉପୁଜିଥିବା ବେଳେ ପରିବାରବର୍ଗ ବିଦ୍ୟାଳୟର ପ୍ରଧାନଶିକ୍ଷକ କୋଲା ବାମନମୂର୍ତ୍ତି ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଗୀତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅନିୟମତିତା ଏବଂ ବହୁ ଅଭିଯୋଗ ହେଉଥିଲେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।
Drinking Water Scarcity ନକ୍ସଲ ପ୍ରଭାବିତ ଚିରୁବେଡ଼ାରେ ପାନୀୟ ଜଳ ସଙ୍କଟ
ପ୍ରଧାନଶିକ୍ଷକଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଛାତ୍ରୀ ଜଣଙ୍କ ଘର ବିଦ୍ୟାଳୟ ହଷ୍ଟେଲ ଠାରୁ ମାତ୍ର ଗୋଟିଏ କିଲୋମିଟର ହୋଇଥିବା ବେଳେ ଝିଅର ଅସୁସ୍ଥତା ସଂପର୍କରେ ପରିବାରବର୍ଗଙ୍କୁ ପ୍ରଧାନଶିକ୍ଷକ କୌଣସି ସୂଚନାଦେଇନଥିବା ପରିବାରବର୍ଗ ପ୍ରକାଶ କରିଛନ୍ତି । ଝିଅ ମୃତ୍ୟୁବରଣ କରିବା ପରେ ମୃତ୍ୟୁ ସଂପର୍କରେ ସୂଚନା ଦିଆଯାଇଥିଲା ବୋଲି ପରିବାର ପ୍ରକାଶ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/03/03/untitled-2026-03-03-09-34-34.png)