ବଲାଙ୍ଗୀର: ସରକାରୀ ବାସଭବନରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

Advertisment
ବଲାଙ୍ଗୀର: ସରକାରୀ ବାସଭବନରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

Medical News Today

ବଲାଙ୍ଗୀର: ବଲାଙ୍ଗୀରର ଏକ ସରକାରୀ ବାସଭବନରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର ‌ହୋଇଥିବା ଦମ୍ପତି ହେଉଛନ୍ତି ବୃନ୍ଦାବନ ସାହୁ ଏବଂ ନିରାଶ ସାହୁ। ସଦର ବ୍ଲକ କୁଡାସିଂହା ଗାଁର ବୃନ୍ଦାବନ ସାହୁ ଏବଂ ନିରାଶ ସାହୁ ତିନି ବର୍ଷ ହେଲା ବଲାଙ୍ଗୀର ସହରର ଚନ୍ଦ୍ରଶେଖର ନଗରରେ ଜଣେ ମହିଳାଙ୍କ ନିକଟରେ ଆଶ୍ରୟ ନେଇ ରହୁଥିଲେ । ଆଶ୍ରୟ ନେଉଥିବା ଝୁପୁଡ଼ି ଘର ଭାଙ୍ଗି ଯିବାରୁ ଏକ ସରକାରୀ ବାସଭବନରେ ରହୁଥିଲେ । କିଛି ଦିନ ହେଲା ବୃଦ୍ଧା ଜଣକ ରୋଗ ବ୍ୟାଧିରେ ପଡ଼ି ଗୁରୁତର ଥିଲେ । ଆଜି ସକାଲୁ ବୃଦ୍ଧଙ୍କ ଶୋଇଥିବା ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଲେ ବୃଦ୍ଧା ମହିଳାଙ୍କ ବେକରେ ଏକ ପ୍ଲାଷ୍ଟିକ ରଶି ଲାଗି ମୃତ୍ୟୁ ହୋଇଛି ।

ଏଲଆଇସି ଅଫିସ ପଛପଟେ ଥିବା ସରକାରୀ ବାସଭବନରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ସନ୍ଦେହଜନକ ଅବସ୍ଥାରେ ଟାଉନ ଥାନା ପୁଲିସ୍‌ ଆଜି ସକାଳେ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ସୂଚନା ରହିଛି। ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଅସହାୟ ବୃଦ୍ଧ ଦମ୍ପତିଙ୍କ ଶବକୁ ନେବାକୁ ତାଙ୍କର ଝିଅ ରାଜି ହେଉନଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe