ଶ୍ୱଶୁର ଘରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର

Advertisment
ଶ୍ୱଶୁର ଘରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର

ବଲାଙ୍ଗୀର: ସାତ ଜନମର ସାଥୀ ହେବା ପାଇଁ ଶପଥ କରିଥିବା ସ୍ୱାମୀ ସାତ ବର୍ଷ ପାଇଁ ସାଥ୍ ଦେଲା ନାହିଁ। ସାରା ଜୀବନ ସୁରକ୍ଷା ଦେବା ପାଇଁ ପ୍ରତିଜ୍ଞା କରିଥିବା ସ୍ୱାମୀ ଶେଷରେ ନିଜ ହାତରେ ହତ୍ୟାକଲା ଧର୍ମପତ୍ନୀକୁ । ଏପରି ଏକ ଅଭିଯୋଗ ଆସିଛି ଲୋଇସିଂହା ଥାନା ଆଗଲପୁର ଫାଣ୍ଡି ଅର୍ନ୍ତଗତ ଫଟାମୁଣ୍ଡା ଗାଁରେ।

ଗତ ସାତ ବର୍ଷ ତଳେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଡୁଙ୍ଗୁରିପାଲି ଗାଁର ଗାନ୍ଧିଲାଲ ସାହୁ, ଫଟାମୁଣ୍ଡା ଗାଁର କସ୍ତୁରୀ ସାହୁଙ୍କୁ ବୈଦିକ ରୀତିନୀତିରେ ଵାହା ହୋଇଥିଲେ। ଦୁଇ ଜଣଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ସ୍ୱାମୀ ଗାନ୍ଧିଲାଲ ମଦ ପିଇ ସ୍ତ୍ରୀକୁ ବାରମ୍ୱାର  ମାରପିଟ କରିବାରୁ ଗତ ତିନି ମାସ ତଳେ କସ୍ତୁରୀ ନିଜ ବାପ ଘରକୁ ଚାଲି ଆସିଥିଲେ। ଗୋଟିଏ ମାସ ତଳେ ମଦ୍ୟପ ସ୍ୱାମୀ ପୁଣି ଶ୍ବଶୁର ଘରକୁ ଆସି କସ୍ତୁରୀ ସହିତ ରହିବାକୁ ଲାଗିଲା। ଗତକାଲି ବିଳମ୍ୱିତ ରାତିରେ ସ୍ୱାମୀ ଗାନ୍ଧିଲାଲ,ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ମୃତ କସ୍ତୁରୀର ଶବ ବାପଘରେ ପଡ଼ିରହିଛି। ରିପୋର୍ଟ ପ୍ରସ୍ତୁତ ହେବା ଯାଏଁ  ପୁଲିସ ଘଟଣାସ୍ଥଳରେ ପହଞ୍ଚିନାହିଁ। ମୃତ କସ୍ତୁରୀର ବେକରେ ଆଘାତ ଲାଗିଛି। ପୁଲିସ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe