bbc
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଅନ୍ତର୍ଗତ ଧୁମାଭଟା ଓ ହଟକଟ ଗ୍ରାମ ମଧ୍ୟରେ ରାସ୍ତାକଡ଼ରେ ଏକ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତଦେହ ଘଟଣାସ୍ଥଳରେ ପଡ଼ି ରହିଥିବା ବେଳେ ଏ ପର୍ଯ୍ୟନ୍ତ ପୁଲିସ ପହଞ୍ଚି ନ ଥିବା ଜଣାପଡ଼ିଛି।
ଖବର ପାଇ ଧୁମାଭଟା ଓ ହଟକଟ ଗ୍ରାମର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି। ମୃତକ ଧୁମାଭଟା ଗ୍ରାମର ସଞ୍ଜିବ ମଲ୍ଲିକ ବୋଲି ଲୋକେ ଚିହ୍ନଟ କରିଛନ୍ତି। ମୃତ ସଞ୍ଜିବଙ୍କର ପରିବାରବର୍ଗ ବି ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି। ତେବେ ସଞ୍ଜିବଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା କୁହାଯାଉଛି।
Follow Us