ରାଣୀପୁର ଝରିଆଲ ମନ୍ଦିରରୁ ଚୋରି

ରାଣୀପୁର ଝରିଆଲ ମନ୍ଦିରରୁ ଚୋରି

କଣ୍ଟାବାଞ୍ଜି: ବିଳମ୍ବିତ ରାତିରେ ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଥାନାରେ ଥିବା ପ୍ରସିଦ୍ଧ ରାଣୀପୁର ଝରିଆଲରେ ସୋମେଶ୍ୱର ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ସୋମେଶ୍ୱର ମନ୍ଦିରର ମୁଖ୍ୟ ଗେଟର ତାଲା ଭାଙ୍ଗି ଭିତରକୁ ପଶିଥିବା ବେଳେ ମନ୍ଦିର ଭିତରକୁ ଥିବା ଦାନବାକ୍ସ ହୁଣ୍ଡିର ତାଲା ମଧ୍ୟ ଭାଙ୍ଗି ଟଙ୍କା ନେଇଯାଇଛନ୍ତି। ମନ୍ଦିରରେ ଲାଗିଥିବା ସିସିଟିଭିର ହାର୍ଡଡିକ୍ସ ଓ ଟିଭି ମଧ୍ୟ ନେଇଯାଇଥିବା ଦେଖାଯାଇଛି। ମନ୍ଦିର ପୂଜକ ସୋମେଶ୍ୱର ମନ୍ଦିର ଗେଟର ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିବା ବେଳେ ମନ୍ଦିର କମିଟି ଏବଂ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଦେଇଛି।

ରାଣୀପୁର ଝରିଆଲର କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ରକ୍ଷଣାବେକ୍ଷଣା ଦାୟିତ୍ୱ ନେଉଥିବା ବେଳେ ୪ ସୁରକ୍ଷା କର୍ମୀ ନିୟୋଜିତ କରିଛି। କିନ୍ତୁ ସୁରକ୍ଷାକର୍ମୀମାନେ ସବୁ ସମୟରେ ଅନୁପସ୍ଥିତ ଥିବା ଯୋଗୁ ପ୍ରାୟ ସମୟରେ କିଛି ନ କିଛି ଅଘଟଣ ଘଟୁଛି। କେତେବେଳେ ମନ୍ଦିର ମୂର୍ତ୍ତି ନେଉଛନ୍ତି ତ  କେତେବେଳେ ଦାନବାକ୍ସ ଭାଂଗି ଆରାମରେ ଟଙ୍କା ଚୋରି କରି ଫେରାର ହୋଇଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe