ପାଟଣାଗଡ଼: ନନ୍ଦପୁର ଗ୍ରାମର ଶିବ ମନ୍ଦିରରୁ ଚୋରି

Advertisment
ପାଟଣାଗଡ଼: ନନ୍ଦପୁର ଗ୍ରାମର ଶିବ ମନ୍ଦିରରୁ ଚୋରି

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଇନପୁର ଗ୍ରାମରେ ଥିବା ଶିବ ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି। ଶିବ ମନ୍ଦିର ପୂଜକ ନ୍ରୁପରାଜ ସେନାପତି ସକାଳୁ ପୂଜା କରିବା ପାଇଁ ଆସିଥିବା ବେଳେ ମନ୍ଦିର କିଳା ଖୋଳା ଯାଇଥିବା ଦେଖିବାକୁ ପାଇଲେ। ପରେ ମନ୍ଦିର ଭିତରକୁ ଯାଇ ଦେଖିବାରୁ ସେଠାରେ ଥିବା ପିତ୍ତଳ ଓ କଂସାର ପୂଜା ସାମଗ୍ରୀ, ୨ ଗୋଟି ଘଣ୍ଟି, ହୁଣ୍ଡି ନେଇ ଫେରାର ହୋଇ ଯାଇଥିଲେ। ପରେ ମନ୍ଦିର ପରିଚାଳନା କମିଟି ଚମ୍ପା ଲାଲ ଅଗ୍ରଓ୍ବାଲ ଓ ସଦସ୍ୟମାନେ ସେଠାରେ ପହଞ୍ଚି ମନ୍ଦିରରୁ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ଥାନାରେ ଅଭିଯୋଗ ହୋଇଛି। ବର୍ତ୍ତମାନ ଲରମ୍ଭା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସାଇଣ୍ଟିଫିକ ଟିମ୍‌ ଖୁବ୍ ଶୀଘ୍ର ପହଞ୍ଚିବ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe