ଧଣ୍ଡାମୁଣ୍ଡା: ବଲାଙ୍ଗୀରଜିଲ୍ଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ଆୟୁର୍ବେଦିକ ପାରମ୍ପରିକ ବୈଦ୍ଯ ମହାସଂଘ ତରଫରୁ ପବିତ୍ର ଶୈବପୀଠ ହରିଶଙ୍କର ଠାରେ ତ୍ରିଦିବସୀୟ ବୈଦ୍ଯ ସମ୍ମିଳନୀ ଓ ଧନ୍ୱନ୍ତରୀ ପୂଜା ଅକ୍ଟୋବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ବଲାଙ୍ଗୀର ଜିଲ୍ଲା ଭୂ ଅଧିଗ୍ରହଣ ଅଧିକାରୀ ଗୁଣମଣି ସୁନାନୀ ମୁଖ୍ୟ ଅତିଥି ଏବଂ ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ମନୋଜ କୁମାର ସାହୁ ମୁଖ୍ଯ ବକ୍ତା ଭାବରେ ଯୋଗଦେଇଥିଲେ। ବିଶେଷ ଅତିଥି ଭାବରେ ବୈଦ୍ଯ ଜେଠୁ ଭୋଇ ଏବଂ ଆଇନଜୀବୀ ସୁବାଷ ଚନ୍ଦ୍ର ଆଚାର୍ଯ୍ଯ, ବୈଦ୍ଯ ହରିଶ୍ଚନ୍ଦ୍ର ବେହେରା ମଞ୍ଚାସୀନ ଥିଲେ ବୈଦ୍ଯ ଝସକେତନ ଗୁରୁ ମଞ୍ଚ ପରିଚାଳନା କରିଥିଲେ। 

Advertisment

ଆହୁରି ପଢ଼ନ୍ତୁ: No Alimony To Financially Independent Spouse: ରୋଜଗାର କରୁଥିବା ସ୍ତ୍ରୀଙ୍କୁ ଭରଣପୋଷଣ ଦିଆଯାଇପାରିବ ନାହିଁ ବୋଲି ରାୟ ଦେଲେ ଦିଲ୍ଲୀ ହାଇକୋର୍ଟ

ଦ୍ବିତିୟ ଦିବସରେ ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟର ଦ୍ରବ୍ୟଗୁଣ ପ୍ରଫେସର ନିଗମାନନ୍ଦ ବଳ ଏବଂ ବୈଦ୍ୟମାନଂକ ଦ୍ୱାରା ବନୌଷଧି ଅନ୍ୱେଷଣ ଓ ଚିହ୍ନଟ କାର୍ଯ୍ୟକ୍ରମ ଓ ଅବସରପ୍ରାପ୍ତ କୃଷି ଅଧିକାରୀ ଅମୀୟ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ସ୍ୱସ୍ଥାନ କଲମୀ (ଇନସିଟୁ) ପ୍ରଶିକ୍ଷଣ ଦିଆଯାଇଥିଲା। ଅନ୍ତିମ ଦିବସରେ ବୈଦିକ ଯଜ୍ଞ ହୋମ ଅନୁଷ୍ଠିତ ହୋଇଥିଲା ପବିତ୍ର ବେହେରା ମୁଖ୍ୟକର୍ତା ହୋଇଥିବାବେଳେ ପୁରୁଷୋତ୍ତମ ଭଇଁସାଲ, ଲବ ମାଝୀ, ଶାନ୍ତନୁ ବୁଧିଆ ପ୍ରମୁଖ ସସ୍ତ୍ରୀକ ସହକର୍ତା ଭାବରେ ହବନରେ ଆହୁତି ଦେଇଥିଲେ।

ଆହୁରି ପଢ଼ନ୍ତୁ: Bjp Will Win: ନବୀନ ଓହ୍ଲାଇଲେ ବି କିଛି ଫରକ୍ ପଡ଼ିବନି, ନୂଆପଡ଼ାରେ ବିଜେପିର ବିଜୟ ହେବ: ଜୟନାରାୟଣ ମିଶ୍ର

ଶଲ୍ୟତନ୍ତ୍ର ବିଭାଗର ପ୍ରଫେସର ଡାକ୍ତର ବୁଦ୍ଧଦେବ ମିଶ୍ର ଯୋଗଦେଇ ଶଲ୍ୟକର୍ମ ଅଗ୍ନୀକର୍ମ ଜଳୌକା ଭେଦନ ବିଷୟରେ ପ୍ରୋଜେକଟର ମାଧ୍ୟମରେ ବୈଦ୍ୟମାନଂକୁ ବୁଝାଇଥିଲେ। ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ତଥା ଛତିଶଗଡ଼ରୁ ଶତାଧିକ ବୈଦ୍ଯ ଯୋଗଦେଇ ପାରମ୍ପରିକ ଚିକିତ୍ସା ପଦ୍ଧତିର ବୈଜ୍ଞାନିକ ପ୍ରାମାଣିକତା ଉପରେ ମତବ୍ୟକ୍ତ କରିଥିଲେ। ଚିକିତ୍ସା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବୈଦ୍ଯ ଜଗଦୀଶ ପଶାୟତଂକୁ ବୈଦ୍ଯ ଜ୍ୟୋତିଷ୍କ ସମ୍ମାନ, ପବିତ୍ର ବେହେରାଙ୍କୁ ବୈଦ୍ଯ ଭାସ୍କର ସମ୍ମାନ, ଲଳିତ କୁମାର ସାହୁଙ୍କୁ ବୈଦ୍ଯ ରତ୍ନ ସମ୍ମାନ ଓ ସୁବଲ ଧରୁଆଂକୁ ବୈଦ୍ଯ ଗୁଣନିଧି ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସଭାପତି କର୍ଣ୍ଣ ମାଝୀ, ସଂପାଦକ ପବିତ୍ର ଭୁଏ, ନିଳମଣି କଠାର, ଯୁଗେଶର ଧରୁଆ, ବ୍ରହ୍ମା ନାଏକ ମୁକେଶ କୁଅଁର ପ୍ରମୁଖ ସଫଳ କରିଥିଲେ। ସଂଘର ଉପଦେଷ୍ଟା ଶାନ୍ତନୁ କୁମାର ବୁଧିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ସଫଳ ଉଦଯାପନ ହୋଇଥିଲା। ଉପସଭାପତି ଟେକେନ୍ଦ୍ର ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ: ସରୋଜ ମିଶ୍ର