Road Accident: ବୟସ୍କ ବ୍ୟକ୍ତିଙ୍କୁ ଘୋଷାଡ଼ି ନେଲା ଟ୍ରକ୍‌, କାର୍‌ ସହ ଭ୍ୟାନ୍‌ ଧକ୍କାରେ ଡ୍ରାଇଭର ମୃତ

ବଲାଙ୍ଗୀର ଜିଲ୍ଲା ସଇଁତଳା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ ପଛପଟରୁ ଟ୍ରକ୍ ଧକ୍କା ଦେଇଛି। ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥର ବଙ୍ଗୋମୁଣ୍ଡା ପାଟଖଣ୍ଡା ମନ୍ଦିର ନିକଟରେ କାର୍‌ ସହ ଭ୍ୟାନ୍‌ ଧକ୍କାରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି।

Accident in Saintala

Affter a man killed in accident local people blocked road in Saintala on Thursday. Photograph: (sambad.in)

ସଇଁତଳା/ସିନ୍ଧେକେଲା/ଭାଲୁମୁଣ୍ଡା/ବାଲିପାଟଣା: ବଲାଙ୍ଗୀର ଜିଲ୍ଲାର ସଇଁତଳା ଓ ସିନ୍ଧେକେଲାରେ ଆଜି ଅପରାହ୍‌ଣରେ ଦୁଇଟି ଦୁର୍ଘଟଣା ଘଟିଛି। ସଇଁତଳା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ ପଛପଟରୁ ଟ୍ରକ୍ ଧକ୍କା ଦେଇଛି। ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥର ବଙ୍ଗୋମୁଣ୍ଡା ପାଟଖଣ୍ଡା ମନ୍ଦିର ନିକଟରେ କାର୍‌ ସହ ଭ୍ୟାନ୍‌ ଧକ୍କାରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି।

ବୟସ୍କ ବ୍ୟକ୍ତିଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌ 

ସୂଚନା ଅନୁସାରେ ସଇଁତଳା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂଚନା ଅନୁସାରେ ବଲାଙ୍ଗୀର ପଟକୁ ଯାଉଥିବା ଏକ ଟ୍ରକ (ଏନ୍‌ଏଲ୍‌ ୦୧ ଏଏ ୩୫୦୪) ସଇଁତଳା ଥାନା ନିକଟରେ ସହରର ଗୋପବନ୍ଧୁପଡ଼ାର ସୁଶାନ୍ତ କୁମାର ଦାନୀ (୫୦)ଙ୍କୁ ଧକ୍କା ଦେଇ କିଛିଦୂର ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ଦାନୀଙ୍କ ମୃତ୍ୟୁ ହେଇଥିଲା। ତୁରନ୍ତ ସଇଁତଳା ଥାନା ଅଧିକାରୀ ରଶ୍ମିତା ବେହେରା ସଦଳବଳେ ପହଞ୍ଚିଥିଲେ। ଘଟଣା ଜଣାପଡ଼ିବା ପରେ ସହରର ଜନସାଧାରଣ କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରିଛନ୍ତି। ମୃତ ଦାନୀଙ୍କ ପରିବାରର ସେ ଏକମାତ୍ର ରୋଜଗାରିଆ ହୋଇଥିବାବେଳେ ତାଙ୍କର ଦୁଇଗୋଟି ଛୋଟ ଛୋଟ ଛୁଆ ରହିଛନ୍ତି। ଖବର ଲେଖା ଯିବା ପର୍ଯନ୍ତ ରାଜପଥର ଦୁଇ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଛି।

ଆହୁରି ପଢ଼ନ୍ତୁ: Former BJD MLA Bikram Panda arrest issue: ବିକ୍ରମ ପଣ୍ଡାଙ୍କ ଗିରଫ ନେଇ ପ୍ରତିବାଦ କରିବ ବିଜେଡି

ମା ଓ ପୁଅ ଗୁରୁତର

bhalumunda accident
Car accident as driverd killed and mother and son injured in SH-42 on Thursday. Photograph: (sambad.in)

ସେହିପରି ଅନ୍ୟ ଏକ ଦୁର୍ଘଟଣା ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥର ବଙ୍ଗୋମୁଣ୍ଡା ପାଟଖଣ୍ଡା ମନ୍ଦିର ନିକଟରେ ଘଟିଛି। ରାସ୍ତାପାର୍ଶ୍ଵରେ ଅଟକି ରହିଥିବା ଏକ ପାର୍ସଲ ଭ୍ୟାନ୍‌କୁ ପଛରୁ ଅନିୟନ୍ତ୍ରିତ କାର (ଓଡି ୦୩ ସି ୯୨୮୯) ଧକ୍କା ଦେଇଛି। ଭ୍ୟାନ୍‌ ଡ୍ରାଇଭରଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ କାରରେ ବସିଥିବା ମା’ ଓ ପୁଅ ଗୁରୁତର ହୋଇଛନ୍ତି। ରାସ୍ତାପାର୍ଶ୍ଵରେ ଭ୍ୟାନ୍‌କୁ ଅଟକାଇ ପଛପଟେ ଛିଡ଼ା ହୋଇଥିଲେ ଡ୍ରାଇଭର। ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଙ୍ଗୋମୁଣ୍ଡା ପୁଲିସ ନିଜ ଗାଡ଼ିରେ ନେଇ କଣ୍ଟାବାଞ୍ଜି ଡ଼ାକ୍ଟରଖାନାରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ଭ୍ୟାନ୍‌ ଡ୍ରାଇଭରଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।  

ଆହୁରି ପଢ଼ନ୍ତୁ: Indian truck driver kills 3 in US: ଆମେରିକାରେ ଭାରତୀୟ ଟ୍ରକ୍ ଚାଳକ ନେଲେ ୩ଜଣଙ୍କ ଜୀବନ 

ଗଛରେ ପିଟି ହୋଇ ବାଇକ ଚାଳକଙ୍କ ମୃତ୍ୟୁ 

ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ନିମାପଡା କେନାଲ ବନ୍ଧ ରାସ୍ତାର କୁଞ୍ଚୁପଦା ନିକଟରେ ବାଇକ ଦୁର୍ଘଟଣାଗସ୍ତ ହୋଇଛି। ଘଟଣା ସ୍ଥଳରେ ମଝିହରା ପଞ୍ଚାୟତ ମୁଣ୍ଡହଣା ଦଳିତସାହିର ପ୍ରଫୁଲ ଭୋଇଙ୍କ ପୁଅ ପ୍ରତାପ ଭୋଇ (୩୫)ଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ସେ ବାଇକ ସହ କେନାଲ ପାଣିରେ ପଡ଼ିଥିଲେ।ବାଲିପାଟଣା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe