ଅଧରାତିରୁ ବଡ଼ମାଲ ଫାଣ୍ଡିରୁ ଦୁଇ ଅଭିଯୁକ୍ତ ଫେରାର

Advertisment
ବଡ଼ମାଳ ଫାଣ୍ଡିରୁ ୨ ଅଭିଯୁକ୍ତ ଫେରାର ଘଟଣା: ୩ କନଷ୍ଟେବଳ ନିଲମ୍ବିତ

ଦେଓଗାଁ: ସଇଁତଲା ଥାନା ଅନ୍ତର୍ଗତ ବଡ଼ମାଲ ଫାଣ୍ଡିରୁ ଗତ ରାତି ଦୁଇ ଅଭିଯୁକ୍ତ ଫେରାର ହୋଇଥିବା ସୂଚନା ମିଳିଛି। ଗତ ୧୮ ତାରିଖ ଦିନ ସଇଁତଲା ଥାନା ଅନ୍ତର୍ଗତ ବେଲଗା ଫାଣ୍ଡି ଅଧୀନସ୍ଥ ବିନ୍ଧନବାହାଳି ମଦ ଭାଟିରୁ କିଛି ବ୍ୟକ୍ତି ଭାଟି ମ୍ୟାନେଜର ପିଣ୍ଟୁ ସିଂଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ସଇଁତଲା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ସଇଁତଲା ପୁଲିସ ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ବେଳେ ଗତ ଦୁଇ ଦିନ ହେଲା ଦୁଇ ଯୁବକକୁ ପୁଲିସ ବଡ଼ମାଲ ଫାଣ୍ଡିରେ ଅଟକ ରଖିଥିଲେ। ଗତ ବିଳମ୍ୱିତ ରାତିରେ ଦୁଇଯୁବକ ବଡ଼ମାଲ ଫାଣ୍ଡିରେ ଖାଇ ସାରିବାପରେ ହାତ ଧୋଇଗଲା ବେଳେ ଫେରାର ହୋଇଯାଇଥିଲେ।

ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ଓ ବଡ଼ମାଲର କିଛି ଘରୋଇ ସିକ୍ୟୁରିଟି ଦୁଇ ଅଭିଯୁକ୍ତକୁ ଖୋଜାଖୋଜି କରିଥିଲେ ପରେ ଘଟଣା ସମ୍ପର୍କରେ ସଇଁତଲା ଥାନା ଅଧିକାରୀ ଅବନୀ ସାହୁ ଖବର ପାଇ ବଡ଼ମାଲ ଫାଣ୍ଡିକୁ ଆସି ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରିଥିଲେ। ପରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ ମଧ୍ୟ ଆସି ଛାନଭିନ ଆରମ୍ଭ କରିଥିଲେ ହେଲେ ପୁଲିସର ହାତ ଖାଲି ରହିଥିଲା। ତେବେ ଘଟଣାକୁ ନେଇ ଚର୍ଚ୍ଚା ଜୋରଧରିବା ସହ ପୁଲିସର ଦାୟିତ୍ୱ ଉପରେ ପ୍ରଶ୍ନ ଉଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe