ବଲାଙ୍ଗୀର-ସୋନପୁର ରାସ୍ତାରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ୨ ବାଇକ ଆରୋହୀ ମୃତ

Advertisment
ବଲାଙ୍ଗୀର-ସୋନପୁର ରାସ୍ତାରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ୨ ବାଇକ ଆରୋହୀ ମୃତ

ବଲାଙ୍ଗୀର: ଅଜଣା ଗାଡ଼ି ଧକ୍କାରେ ଶନିବାର ୨ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବଲାଙ୍ଗୀର-ସୋନପୁର ରାସ୍ତାର ଭଇଁସାପାଲି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମୃତକ ଦ୍ୱୟ ହେଲେ ପୁଇଁତଳା ଥାନା ଅନ୍ତର୍ଗତ କଂକରିଆ ଗ୍ରାମର କୁଳମଣୀ ପ୍ରଧାନ ଏବଂ ଅରକ୍ଷିତ ପ୍ରଧାନ। ସେମାନେ ବଇରାସର ଠାରୁ ବଲାଙ୍ଗୀର ବାଇକ୍‌ (ଓଡି ୦୩ଏଫ୍‌ ୧୫୩୮)ରେ ଫେରୁଥିବା ବେଳେ ରାତି ପ୍ରାୟ ୯ଟାରେ ଏକ ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚି ମୃତଦେହ ଉଦ୍ଧାର କରିବା ପରେ ହସ୍ପିଟାଲ ନେଇଛି।

ସୂଚନାଯୋଗ୍ୟ ଶୁକ୍ରବାର ରାତିରେ ମଧ୍ୟ ଏକ ଅଜଣା ଗାଡ଼ି ଧକ୍କାରେ ବୁରହାଡି ଛକ ନିକଟରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ଅଜଣା ଗାଡ଼ି ବୃଦ୍ଧାଙ୍କୁ ଧକ୍କା ଦେବା ପରେ ଫେରାର ହୋଇଯାଇଥିଲା। ଆଜି ସକାଳୁ ବୃଦ୍ଧର ମୃତଦେକୁ ପୁଲିସ ଉଦ୍ଧାର କରିଛି। ଦୁର୍ଘଟଣାରେ ମୃତ ବୃଦ୍ଧାଙ୍କ ପରିଚୟ ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe