ନବଦମ୍ପତିଙ୍କୁ ଉପହାରରେ ବୋମା ମିଳିବା ଘଟଣା: ମୃତ୍ୟୁ ସଂଖ୍ୟା ୨ ହେଲା

Advertisment

ଗୁରତର ଅବସ୍ଥାରେ କନ୍ୟା ବଲାଙ୍ଗୀର ସରକାରୀ ହସ୍ପିଟାଲରେ ଭର୍ତ୍ତି

ଗୁରତର ଅବସ୍ଥାରେ କନ୍ୟା ବଲାଙ୍ଗୀର ସରକାରୀ ହସ୍ପିଟାଲରେ ଭର୍ତ୍ତି

ନବଦମ୍ପତିଙ୍କୁ ଉପହାରରେ ବୋମା ମିଳିବା ଘଟଣା: ମୃତ୍ୟୁ ସଂଖ୍ୟା ୨ ହେଲା

ପାଟଣାଗଡ଼: ନବଦମ୍ପତିଙ୍କୁ ଉପହାରରେ ବୋମା ମିଳିଛି। ବିବାହର ୫ ଦିନ ପରେ ଶୁକ୍ରବାର ଉପହାର ଖୋଲିବା ସମୟରେ ବିସ୍ଫୋରଣ ଘଟିବାରୁ ବର ସମେତ ସମ୍ପର୍କୀୟ ଜେଜେ ମା’ଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଗତ ଫେବ୍ରୁଆରୀ ୧୮ରେ ପାଟଣାଗଡ କଲେଜର ଅଧ୍ୟାପକ ରବୀନ୍ଦ୍ର ସାହୁ ଓ ଭଇଁସା କଲେଜର ଅଧ୍ୟାପିକାଙ୍କ ପୁଅ ସୌମ୍ୟଙ୍କ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଅଞ୍ଚଳର ରୀମା ନାମରେ ଜଣେ କନ୍ୟାଙ୍କ ସହିତ ବାହାଘର ହୋଇଥିଲା। ନବଦମ୍ପତିଙ୍କ ୨୦ ତାରିଖରେ ରିସେପ୍‌ସନ୍‌ ଥିଲା। ଏହା ପରେ ୨୧ ଓ ୨୨ ତାରିଖରେ ଅଧିକାଂଶ ବନ୍ଧୁବାନ୍ଧବ ନିଜ ନିଜ ଘରକୁ ଫେରିଯିବା ପରେ ଆଜି ପରିବାରର ଲୋକେ ବିବାହ ବେଳେ ମିଳିଥିବା ଉପହାର ଗୁଡ଼ିକ ଖୋଲୁଥିଲେ। ଏତିକି ବେଳେ ଗୋଟିଏ ଉପହାର ବକ୍ସ ଜୋରରେ ଶବ୍ଦ ହୋଇଥିଲା।

publive-image

ଦୁର୍ଘଟଣାର ଶିକାର ହୋଇଥିଲେ ଶାଶୁ ଜେନାମଣି, ପୁଅ ସୌମ୍ୟ ଓ ବୋହୂ ରୀମା। ଗୁରୁତର ଭାବରେ ଆହତ ହେବା ପରେ ୩ଜଣଙ୍କୁ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଜେଜେ ମା’ ଜେନାମଣିଙ୍କ ଓ ସୌମ୍ୟଙ୍କର ମୃତ୍ୟୁ ହୋଇ ସାରିଛନ୍ତି। ସେହିଭଳି ରୀମାର ଚିକିତ୍ସା ବଲାଙ୍ଗୀର ସରକାରୀ ହସ୍ପିଟାଲରେ ଚାଲିଛି। ସୌମ୍ୟକୁ ବୁର୍ଲା ବଡମେଡ଼ିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। କୁହାଯାଉଛି ଉପହାରଟି ଛତିଶଗଡ଼ର ରାଜଧାନୀ ରାୟପୁରର ଭୋଲାନାଥପଡ଼ାରୁ ଆସିଥିଲା। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe