ଉପରଝର ପେକ୍ସ ଜାଲିଆତି ମାମଲା:ସ˚ପାଦକଙ୍କ ବଦଳି ନିର୍ଦେଶ

Advertisment
ଉପରଝର ପେକ୍ସ ଜାଲିଆତି ମାମଲା:ସ˚ପାଦକଙ୍କ ବଦଳି ନିର୍ଦେଶ

ଦେଓଗାଁ: ଉପରଝର ପେକ୍ସ ଜାଲିଅାତି ମାମଲାର ଏଆର୍‌ସିଏସ୍ ତଦନ୍ତ ଆରମ୍ଭ କରିଛନ୍ତି। ଏହି ସମୟରେ ପେକ୍ସର ସ˚ପାଦକ ତଥା ବିଡିସିସି ବ୍ୟାଙ୍କ, ଜରାସି˚ହା ଶାଖାର ସୁପରଭାଇଜର ଥିବା ଅମର ଚୌହାନଙ୍କୁ ସୁବର୍ଣ୍ଣପୁୁର ଜିଲ୍ଲା ତରଭା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାକୁ ବଦଳି କରାଯାଇଛି। ଏାହି ପେକ୍ସରେ ଋଣ ଜାଲିଆତି, ଧାନ କିଣା ଜାଲିଆତି, ଭୂତ ନାଁରେ ବୋନସ ଟଙ୍କା ହଡ଼ପ ସହ ଋଣୀ ଚାଷୀମାନଙ୍କୁ ସାର ଦେବାରେ ଅବହେଳା କରିବା ଅଭିଯୋଗ ଥିଲା‌। ନିଲମ୍ବିତ ସ˚ପାଦକଙ୍କ ସହ କେସ୍‌ ଚାଲିଥିବା ବେଳେ ତାଙ୍କୁ ଯୋଜନା କରି ବଦଳି କରାଯାଇ ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ହେଉଛି।
ସୂଚନାଯୋଗ୍ୟ ଯେ, ଗତ ୯ ତାରିଖ ଦିନ ଏହି ପେକ୍ସର ଦୁର୍ନୀତି ବିଷୟରେ ଅନୁସନ୍ଧାନ ପାଇଁ ବଲାଙ୍ଗୀର ଏଆର୍‌ସିଏସ ସଂପାଦକଙ୍କୁ ଡାକିଥିଲେ। ହେଲେ ସେ ଅନୁପସ୍ଥିତ ଥିବା ଦେଖାଯାଇଥିଲା। ୧୧ ତାରିଖ ଶ୍ରୀ ଚୌହାନଙ୍କୁ ବଦଳି କରାଯାଇ ଦେଓଗାଁ ବ୍ୟାଙ୍କର ଏକାଉଣ୍ଟଟାଣ୍ଟଙ୍କୁ ଜରାସି˚ହା ବ୍ୟାଙ୍କର ସୁପରଭାଇଜର ପାଇଁ ପଠାଯାଇଥିବା ଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe